jayashree

ଜରସିଂହା ବିଏନ୍‌ଏନ୍‌କୁ ହରାଇ ସମ୍ବଲପୁର ଭାରତ କ୍ଲବ ୨ୟ ସେମିଫାଇନାଲରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶନିବାର ଆୟୋଜିତ ପ୍ରତିଯୋଗିତାର ପଞ୍ଚମ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସତ୍ୟନାରାୟଣ ଭୋଇ, ବଲାଙ୍ଗିର ଜିଲ୍ଲା ଏକ୍ସସନ କମିଟି ଆବାହକ ତଥା ବିଶିଷ୍ଟ ସମାଜସେବୀ ଗୋପଳଜୀ ପାଣିଗ୍ରାହୀ, ଶ୍ୟାମ ମେଟାଲିକ ସମ୍ବଲପୁର ରିଜିନାଲ ମେନେଜର ଜ୍ଞାନେନ୍ଦ୍ର ପଳାଇ, ସେଲ ଟାଇଗର ପଶ୍ଚିମ ଓଡ଼ିଶା ସିଏଣ୍ଡଏଫ୍‌ ବିକାଶ ତ୍ରିପାଠୀ, କ୍ଲବ ସମ୍ପାଦକ ଜଗନ୍ନାଥ ମିଶ୍ର ଏବଂ କୋଷାଧକ୍ଷ ରଂଜିତ ବେହେରା ମଂଚାସୀନ ଥିଲେ । ରାଜେନ୍ଦ୍ର ଧାରୁଆ, ଏନ୍‌.ଏସ୍‌. ନାଇଡ଼ୁ, ଦେବାଶିଷ ବାଗ ଓ ନିଶାର କାନ୍ତ ନାଗ ଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନୀଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ପଞ୍ଚମ ଦିନର ଖେଳରେ ଭାରତ କ୍ଲବ ସମ୍ବଲପୁର ଏବଂ ଡିଏନ୍‌ଏନ୍‌ ଜରସିଂହା ମଧ୍ୟରେ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଏହି ଖେଳରେ ଭାରତ କ୍ଲବ ସମ୍ବଲପୁର ଦଳ ୨-୦ ଗୋଲରେ ଜରସିଂହା ବିଏନ୍‌ଏନ୍‌ ଦଳକୁ ହରାଇ ବିଜୟ ହାସଲ କରିଥିଲେ । ପଞ୍ଚମ ଦିନରେ ବଲାଙ୍ଗିର ବିଶିଷ୍ଠ କ୍ରୀଡାବିତ୍‌ ପ୍ରଶାନ୍ତ କୁମାର ମିଶ୍ର, ଜ୍ୟୋତି ରଞ୍ଜନ ମିଶ୍ର, ପ୍ରଦ୍ୟୁମ୍ନ କୁମାର ନନ୍ଦ, ଜୟରାମ ମିଶ୍ର ଓ ପ୍ରଫୁଲ୍ଲ ପ୍ରଧାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିନା କରାଯାଇଥିଲା । ବୈକୁଣ୍ଠ ଜେନା, ବୁଦ୍ଧିରାଜ ବିଶ୍ୱାଳ ଖୀତେସ୍ୱର ବିଶ୍ୱାଳ, ଯତୀନ୍ଦ୍ର ମିଶ୍ର, କୃଷ୍ଣ ଚନ୍ଦ୍ର ମିଶ୍ର, ରାଜକୁମାର ପାଣିଗ୍ରାହୀ, ଜିତୁ ଦଳାଇ, ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, ପିଣ୍ଟୁ ପୁରୋହିତ, କିଶୋର ଦଣ୍ଡସେନା, ସୋମନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ଧର୍ମେନ୍ଦ୍ର କୁମ୍ଭାର, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ବିଭୁତି ସ୍ୱାଇଁ, ସନତ ତ୍ରିପାଠୀ, ଶକ୍ତି ଅମାତ, ଟିକୁ ପରିଚ୍ଛା, ନତ୍ୟା ପଧାନ, ବିକାଶ ସା, ବିନୋଦ କାଲସାଏ, ସନ୍ତୋଷ ପାଢ଼ୀ, ସରୋଜ ସାହୁ, ରାଧାମାଧବ ମିଶ୍ର, ଇନ୍ଦ୍ରମଣି ନନ୍ଦ, ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, ପ୍ରଶାନ୍ତ ସେଠ, କମ୍ବୁ ତ୍ରିପାଠୀ, ମୁନା ପାଳ, କାଳିଆ ଜେନା ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଦ୍ଵିତୀୟ ସେମିଫାଇନାଲରେ ଭାରତ କ୍ଲବ ସମ୍ବଲପୁର ଏବଂ କଣ୍ଟାବାଞ୍ଜି କୋଷ୍ଟାଲ ୧୧ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୁଚନା ଦିଆଯାଇଛି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.