csstore

ଆଜି ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୋନ୍ ନମ୍ଵର୍ ୨୩ର ଚାଣ୍ଟିମୁଣ୍ଡା ଗାଁଠାରେ ମଣ୍ଡଳ ସଭାପତି ପୁରୁଷୋତ୍ତମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସମୃଦ୍ଧଶାଳୀ ଭାରତ ଗଠନ ପାଇଁ ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ପାଇଁ ଆହ୍ଵାନ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ବିଜେପି ନେତା ପିତାମ୍ବର ଖମାରୀ ଅମରଜିତ୍ ପଟେଲ, ଶ୍ରୀକାନ୍ତ ଜାଲ, ମୁନେସ ରଥ, ଚିନ୍ତାମଣି ମହାକୁଡ଼, ନାରାୟଣ ନାଥ, ବିପିନ ବିହାରୀ ବେହେରା ପ୍ରମୁଖ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୁଗାନ୍ତକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଜେପିର ଶତାଧିକ ବୁଥ୍ ସ୍ତରୀୟ କର୍ମକର୍ତ୍ତାମାନେ ଯୋଗ ଦେଇ ନିଜ ଅଞ୍ଚଳର ଅଭାବ ଅସୁବିଧା ସମ୍ପର୍କରେ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନମାଳି ବେହେରା, ଶିଶୁପାଲ ସାହୁ, ସୁଦାମ ମହାର, ଚନ୍ଦ୍ରିକା ନାଥ, ସନ୍ୟାସୀ ଚନ୍ଦନ, ଉମାକାନ୍ତ ମଲ୍ଲିକ, ରାଜୁ ନାଏକ, ସନ୍ତୋଷ ପ୍ରଧାନୀ, ଦେବରାଜ ସାହୁ, ଋତୁରାଜ ପ୍ରଧାନ, ରମାକାନ୍ତ ଲେଙ୍କା, ପାଣ୍ଡବ ବଗର୍ତ୍ତୀ, ଉମାକାନ୍ତ ମଲ୍ଲିକ ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ ।

jayashree
Leave A Reply

Your email address will not be published.