oom

ଧାନ ତଳିରେ ନିଆରା କୃତି : ରାଷ୍ଟ୍ରପତିଙ୍କୁ ଚାଷୀଙ୍କ ସମ୍ମାନ

jsmm

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାରେ ପ୍ରତୀୟମାନ ହେଉଥିବା ବେଳେ ଜଣେ ସାଧାରଣ ଚାଷୀ ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତିଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏକ ଅଭିନବ ଉଦ୍ୟମ ଦ୍ଵାରା ଚର୍ଚ୍ଚାର ପରିସରକୁ ଆସିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ଅଗ୍ରଣୀ ଚାଷୀ ପ୍ରାଣରଞ୍ଜନ ବେହେରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଚାଷ ଜମିରେ ତଳି ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିଛବି ଆଙ୍କିବାକୁ ପ୍ରୟାସ କରିଛନ୍ତି । ତଳି ମଧ୍ୟରେ ତ୍ରିରଙ୍ଗା ରଂଗ ମଧ୍ୟରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଥାନ ଦେଇ ଏକ ସୁନ୍ଦର କୃତି କରିବାରେ ସଫଳ ହୋଇଛନ୍ତି ପ୍ରାଣରଞ୍ଜନ । ବିଗତ ବର୍ଷ ମଧ୍ୟ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତ ବର୍ଷର ମାନଚିତ୍ରକୁ ତିନି ରଂଗରେ ରଙ୍ଗାୟିତ କରି ମଧ୍ୟସ୍ଥଳରେ “୭୫” ଆଙ୍କିଥିବା କୃତି ଦେଶ ବିଦେଶରେ ଚହଳ ପକାଇଥିଲା । ଗତ ୨୦୧୨ରୁ ବର୍ତ୍ତମାନ ସୁଦ୍ଧା ୧୨ ବର୍ଷରୁ ଅଧିକ ସମୟ ନିରନ୍ତର ବିଭିନ୍ନ ସମସାମୟିକ ଚର୍ଚ୍ଚିତ ପ୍ରସଂଗକୁ ତଳି କିଆରୀରେ ସ୍ଥାନ ଦେଇ ସଚେତନତା ସୃଷ୍ଟି କରିବାରେ ସେ ଅନନ୍ୟ ଉଦାହରଣ ପ୍ରଦାନ କରିଛନ୍ତି । ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଚାଷୀ ପ୍ରାଣରଞ୍ଜନ ଜୈବିକ ପ୍ରଣାଳୀରେ ଚାଷ କରି ସ୍ୱଳ୍ପ ଖର୍ଚ୍ଚରେ ରେକର୍ଡ ଧାନ ଉତ୍ପାଦନ କରି ଦୃଷ୍ଟାନ୍ତ ପାଲଟିବା ସହ ନିଜ ଫାର୍ମ ହାଉସ୍‌ରେ ବିଭିନ୍ନ ଫସଲ ମଧ୍ୟ କରିବାରେ ସମର୍ଥ ହୋଇଛନ୍ତି । ଏକାଧାରରେ ଜଣେ ସଫଳ ଚାଷୀ, ସାମ୍ବାଦିକ, ସୁଲେଖକ ଏବଂ ସମାଜସେବୀ ଭାବରେ ବିଭିନ୍ନ ଜିଲ୍ଲା, ରାଜ୍ୟସ୍ତରୀୟ ତଥା ରାଷ୍ଟ୍ରୀୟ ପୁରସ୍କାର ପାଇବାରେ ସକ୍ଷମ ହୋଇଛନ୍ତି ପ୍ରାଣରଞ୍ଜନ । ଜଣେ ସାଧାରଣ ଓଡ଼ିଆ ଚାଷୀ ଭାବରେ ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ଜଣେ ଓଡ଼ିଆ ମହିଳାଙ୍କୁ ସମ୍ମାନ ଜଣାଇ ଏହି କୃତି କରିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.