csstore

ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆଠାରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ଉପ-ଜିଲ୍ଲାପାଳ ମହେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସୁପ୍ରିମ ଟାକ୍ସ ନିର୍ଦ୍ଦେଶକ ଅଜିତ ପାଲ, ଅଙ୍ଗ ଜଳ ସେଚନ ଅଧ୍ୟକ୍ଷ ଆକାଶ ମିଶ୍ର ଓ କ୍ଲକର ସଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର ମଂଚାସୀନ ଥିଲେ । ରାଜେନ୍ଦ୍ର ଧରୁଆ, ନରସିଂ ସ୍ୱାମୀ ନାଇଡୁ, ସୁଦର୍ଶନ ସେଠ ଓ ବୈକୁଣ୍ଟ ଜେନା ଖେଳକୁ ପରିଚାଳନା କରିଥବା ବେଳେ ମ୍ୟାଚ୍‌ କମିସନର ଭାବରେ ସୁନୀଲ ଚନ୍ଦ୍ର ବିଶ୍ୱାଲ ରହିଥିଲେ । ଆଜିର ଏହି ଉଦ୍‌ଘାଟନୀ ପ୍ରଥମ ଦିନର ଖେଳରେ ବଲାଙ୍ଗିର ଫୁଟବଲ କ୍ଲବ ଓ ଏଥେଲେଟିକ୍‌ ଏସୋସିଏସନ୍‌ ବରଗଡର କଦଲୀ ପାଲି ମଧ୍ୟରେ ହୋଇଥିଲା । ଚଦଲୀ ପାଲିର ବିବେକ ବାଗ ୧ ଗୋଲ ଦେଇ କଦଲୀପାଲିକୁ ବିଜୟ କରିଥିଲେ । ୧-୦ରେ କଦଲୀ ପାଲି ବିଜୟ ହୋଇଥିଲା । ଆଜିର ଏହି ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ବିଶିଷ୍ଠ କ୍ରିଡାବିତ ଶ୍ରୀଧର ବଢିଆ ଓ ଶୁଭ୍ରାଶୁଂ ଶେଖର ଅମାତଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । କୋଷାଧ୍ୟକ୍ଷ ରଞ୍ଜିତ ବେହେରା, ଜିଲ୍ଲା କ୍ରୀଡାଅଧିକାରୀ ପରାସର ବାଗ, ଜୟ ନାରାୟଣ ବହିଦାର, ପବିତ୍ର ଖୁଣ୍ଟିଆ, ମଧୁ ବନଛୋର, ଲକ୍ଷ୍ମୀ ସ୍ୱାଇଁ, କିଶୋର ଦଣ୍ଡସେନା, ଶମ୍ଭୁନାଥ ମିଶ୍ର, ଗୋବିନ୍ଦ ଶତପଥୀ, ସଞ୍ଜୀବ ସାହୁ, ମନୋଜ କୁମାର ମିଶ୍ର, ମନୋଜ ଦୀପ, ପୃଥୀରାଜ ବରାଡ, ରାମ ନାଏକ, ସୋନୁ ପଟ୍ଟନାୟକ, ପୂର୍ଣ୍ଣ ତ୍ରିପାଠୀ, ଦେବେନ ପାତ୍ର, ବିଭୁତି ସ୍ୱାଇଁ, ଶକ୍ତି ଅମାତ, ଟକିି ମହାପାତ୍ର, ଟିକୁ ପରିଚ୍ଛା, ନତ୍ୟା ପଧାନ, ଅଙ୍କୁଶ ପାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ସିସିଏଫ୍‌ଏ ବୀରମାହାରାଜପୁର ଓ ୟୁଥ୍‌ କ୍ଲବ ବଲାଙ୍ଗିର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦେଇଛନ୍ତି । ସଭାକୁ ଶରତ ନନ୍ଦ ପରିଚାଳନା କରିଥିବା ବେଳେ କ୍ଲବର ସଧାରଣ ସମ୍ପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.