oom

୨୯ତମ ରାଉରକେଲା ପୁସ୍ତକ ମେଳାର ଚତୁର୍ଥ ଦିବସ

jsmm
  • ଉତ୍କଳ ଗୀତିକବି ସମାଜର ସାହିତ୍ୟ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୨୯ତମ ପୁସ୍ତକମେଳାର ଚତୁର୍ଥ ଦିବସରେ ଉତ୍କଳ ଗୀତିକବି ସମାଜର ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଭୋଳେଶ୍ୱର ବେହେରାଙ୍କ ଆବାହକତ୍ଵ ଓ ରାମକୃଷ୍ଣ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ମୋହିନୀ ଓ ସମ୍ମାନିତ ଅତିଥି ଭାବେ ଆଲୋକ ରଂଜନ ମଲ୍ଲିକ ତଥା ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସଚିନ୍ଦ୍ର କୁମାର ସ୍ୱାଇଁ ଯୋଗଦେଇ ଆଲୋଚ୍ୟ ବିଷୟ ଛନ୍ଦ ହିଁ କବିତାର ପରମାୟୁ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଗଣ ସେମାନଙ୍କ ବକ୍ତବ୍ୟରେ ବିଭିନ୍ନ କବିଙ୍କ ରଚନାର ଉଦାହରଣ ଦେଇ ଛନ୍ଦ କିପରି କବିତାକୁ ରସଶିକ୍ତ କରିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ହରପ୍ରିୟା ସାମଲ ଓ ଶ୍ରେୟଶ୍ରୀ ସାହୁଙ୍କ ସଂଯୋଜନାରେ ବହୁ କବି ସ୍ୱରଚିତ ଛନ୍ଦୋବଦ୍ଧ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ ଓ ସମ୍ପାଦକ ଶ୍ରୀ ବେହେରା ଆଲୋଚ୍ୟ ବିଷୟ ସମ୍ପର୍କରେ ଭିତ୍ତି ପ୍ରବନ୍ଧ ରଖିଥିଲେ । କାର୍ଯ୍ୟକ୍ରମରେ ପାଠାଗାରର ବସନ୍ତ କୁମାର ଦାସ, ଗୋପିନାଥ ପଟ୍ଟନାୟକ, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡ. ସନାତନ ପ୍ରଧାନ, ଟୁକୁଲା ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ଦୀନବନ୍ଧୁ ରଥ, ମନୋଜ କୁମାର ପଣ୍ଡା, ଟି. ମଧୁସୂଦନ, ପ୍ରଦୀପ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ପଞ୍ଚାନନ ପାତ୍ର, ପ୍ରଳୟ ଶତପଥୀ, ସୁଶୀଲ କୁମ୍ଭାର, କୁମାର କୁମ୍ଭାର, ଯୋଗେଶ୍ୱର ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୫ ତାରିଖରେ ଉତ୍କଳ ଗୀତିକବି ସମାଜ ତରଫରୁ ସାହିତ୍ୟ ସନ୍ଧ୍ୟା ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.