csstore

ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଆଚାରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ସୁଧାକର ରଇତ, ମୁଖ୍ୟ ବକ୍ତା ଅଧ୍ୟାପକ ମୋହନ ପୁଟେଲ କର୍ଲାପଡା ମହାବିଦ୍ୟାଳୟ, ସମ୍ମାନିତ ଅତିଥି ବୀଣାପାଣି ସାହୁ ସରପଞ୍ଚ, ମ.ରାମପୁର ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ରଜନୀକାନ୍ତ ମହାଖୁଡ଼, ବରିଷ୍ଠ ଶିକ୍ଷକ ଅରୁଣ କୁମାର ମିଶ୍ର, ଅତିଥି ଶିକ୍ଷକ ଶିବପ୍ରସାଦ ଶତପଥୀ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଶିକ୍ଷକ ଶେଷଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଶମ୍ଭୁ ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

jayashree
Leave A Reply

Your email address will not be published.