ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷକ ଯିଏ କି ବିଶ୍ୱରେ ଦ୍ୱିତୀୟ ଗୁରୁ ରୂପେ ସ୍ଥାନ ପାଇଛନ୍ତି । ଯିଏ ସ୍ଥାନରେ ନୁହେଁ କାମରେ ମଧ୍ୟ କରି କି ଦେଖାନ୍ତି । ଆପଣମାନେ ତ ବହୁତ ସ୍ଥାନରୁ ଶୁଣିଥିବେ ଦେଖିଥିବେ ଆଉ ବହୁତ ଗୁଡ଼ାଏ ଶିକ୍ଷକଙ୍କ ମଧ୍ୟ ନିଃସ୍ଵାର୍ଥପର କାର୍ଯ୍ୟ ବିଷୟରେ ଜାଣିଥିବେ । ଯିଏ କି ନିଜ ଘର ଭଳି ସ୍କୁଲକୁ ସୁନ୍ଦର ଶୋଭିତ ବିଦ୍ୟାମନ୍ଦିର ସ୍ଥାପନ କରିଥାନ୍ତି । ପିଲାମାନଙ୍କ ଭବିଷ୍ୟତ କିପରି ଭଲ ହେବ, କିପରି ଭଲ ପାଠ ପଢ଼ି ନିଜ ସ୍କୁଲ, ଗାଁ, ବାପା ମା ଓ ଶିକ୍ଷକଙ୍କୁ ଗର୍ବ ଅନୁଭବ କରାଇବେ, ସ୍କୁଲ କିପରି ସଫା ସୁତୁରା ରହିବ ସେ ଚିନ୍ତାରେ ସବୁଥାନ୍ତି । ଆଉ ଏମିତି ହିଁ ଜଣେ ଶିକ୍ଷକ ଦେଖିବାକୁ ମିଳିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲ୍ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ । ଆଜି ତାଙ୍କର ସରକାରୀ ନିୟମାନୁସାରେ ଶେଷ ଦିନ ଅର୍ଥାତ ଅବସରପ୍ରାପ୍ତ ସମୟ । ତାଙ୍କର ମହାନ ଗୁଣ, ସ୍ୱାର୍ଥହୀନ ଜନୈକ ସ୍ୱଭାବ ଓ ସମସ୍ତଙ୍କ ପ୍ରତି ଭଲ ପାଇବା ଯୋଗୁଁ ଆଜି ତାଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ତାଙ୍କ ଅବସର ସମୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ରିଡର ସରୋଜ କୁମାର ବଳିୟାରସିଂହଙ୍କ ସଭାପତିତ୍ଵରେ ଅୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ କଲେଜର ପ୍ରାକ୍ତନ ଅଧକ୍ଷ ଭାସ୍କର ଚନ୍ଦ୍ର ସାମନ୍ତରାୟ ମୁଖ୍ୟବକ୍ତା, ଡକ୍ଟର ସରୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଶରତ ଚନ୍ଦ୍ର ରାଉତ, ଅବସର ପ୍ରାପ୍ତ ଅଧ୍ୟାପକ ଘନଶ୍ୟାମ ସ୍ୱାଇଁ, ଅଭୟ ରାଉତରାୟ, ଗଙ୍ଗାଧର ଜେନା ପ୍ରମୁଖ ଯୋଗ ଦେଇ ତାଙ୍କର ଗୁଣଗାନ କରିଥିଲେ । ଅଧ୍ୟାପକ ଅତୁଲ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ଡକ୍ଟର ସ୍ନେହାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍କୁଲ ପକ୍ଷରୁ ଭୋରଶୈଳ ପତ୍ରିକା-୨୦୨୩-୨୪ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ସ୍କୁଲ ପକ୍ଷରୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଅତିଥିମାନେ ସେବା ନିବୃତ୍ତ ଅଧକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପ ଗୁଚ୍ଛ, ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପିକା ସୌଭାଗିନୀ ପାଢ଼ୀ, ଗୀତାଞ୍ଜଳି ସାହୁ, ତନ୍ମୟୀ ମହାପାତ୍ର, ଅଧ୍ୟାପକ ସୁମନ୍ତ ତରେଇ, ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post