csstore

‘ନୂଆ-ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ର ଉଦ୍‌ଯାପନୀ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲ କଅନ୍ତର୍ଗତ ଖଣ୍ଡଦେଉଳୀ ପଞ୍ଚାୟତରେ ଅବସ୍ଥିତ ସହିଦ ଭଗତ ସିଂ କଲେଜରେ ନୂଆ-ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଜଗନ୍ନାଥ ସଂସ୍କୃତିର ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସହିଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଦିବାକର ସ୍ୱାଇଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଡ. ଲକ୍ଷ୍ମୀ ନାରାୟଣ ଦାସ, ସମ୍ମାନିତ ଅତିଥି ସହିଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପିକା ଡ. ଜୟନ୍ତୀ ବେହେରା, ପ୍ରାଧ୍ୟାପକ ଅଭିମନ୍ୟୁ ସାହୁ, ଡ. ଭଗବାନ ତ୍ରିପାଠୀ, ମୋଚିରାମ ନାହାକ, ନୋଡାଲ ଅଫିସର ସରୋଜ ଦାସ, ଅଧ୍ୟାପକ ସତ୍ୟ ଭୂଷଣ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ. ଗୌରୀ ଶଙ୍କର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର, ପ୍ରଶଂସା ପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.