csstore

ଆଜି ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖସୁଛି ରାଜ୍ୟରେ ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଆଜି ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୧୬, ବରଗଡ଼ରୁ ୯, ଭଦ୍ରକରୁ ୪, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୧, କଟକରୁ ୧୬, ଦେବଗଡ଼ରୁ ୨, ଢେ଼ଙ୍କାନାଳରୁ ୨, ଗଜପତିରୁ ୧, ଗଂଜାମରୁ ୫, ଜଗତ୍‌ସିଂହପୁରରୁ ୫, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୩୧, କେଉଁଝରରୁ ୨୩, ଖୋର୍ଦ୍ଧାରୁ ୩୧, ମୟୁରଭଂଜରୁ ୧୭, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୬, ନୂଆପଡ଼ାରୁ ୧୧, ପୁରୀରୁ ୧, ସମ୍ବଲପୁରରୁ ୨୨, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ ପୁଲ୍‌ରୁ ୮ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୨୮୪୧ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

jayashree
Leave A Reply

Your email address will not be published.