ଆଜିଠାରୁ ଦର୍ଶନ ଦେବେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଅପକ୍ଷୋର ଅନ୍ତ ହୋଇଛି । ବିଶ୍ୱମହାମାରୀ କରୋନା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ ହୋଇଯାଇଥିଲା ଲିଙ୍ଗରାଜ ମନ୍ଦିର । ତେବେ ଆଜିଠାରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ମିଳିବ ସୁଯୋଗ ଏବଂ ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ । ପୁଣି ଜାନୁଆରୀ ୩ ରୁ ୫ ତାରିଖ ଯାଏ ଭୁବନେଶ୍ୱର ବାସିନ୍ଦା ଦର୍ଶନ କରିପାରିବେ । ଜାନୁଆରୀ ୬ ତାରିଖରୁ ସାଧାରଣ ଜନତାଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଛି । ତେବେ ଦୈନିକ ୫ ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ । ଦର୍ଶନ ବେଳେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ । ମନ୍ଦିରକୁ ପ୍ରବେଶ କରିବାକୁ ହେଲେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖେଇବାକୁ ପଡିବ ଏବଂ ତାହା ୪ରୁ ୫ ଦିନର ରିପାର୍ଟ ହୋଇଥିବା କଥା ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୈାଧୁରୀ କହିଛନ୍ତି । ମନ୍ଦିର ପାଖରେ ସକାଳ ୭ରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍କ୍ରିନିଂ ଶିବିର ଜାରି ରହିବ ।

Leave A Reply

Your email address will not be published.