ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି । ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ଅସ୍ତ୍ର ପ୍ରୟୋଗ ଦ୍ୱାରା ଦେଶକୁ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗାନ୍ଧୀଙ୍କୁ ଜନସାଧାରଣ ପ୍ରେମ ଓ ଭକ୍ତିରେ ବାପୁ ନାମରେ ସମ୍ବୋଧନ କରୁଥିଲେ । ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଦିନ ବାପୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ତଥା ସମାରୋହ ଆୟୋଜିତ ହୋଇଥାଏ । ଜାନୁଆରୀ ୩୦,୧୯୪୮ରେ ଆତତାୟୀ ନାଥୁରାମ ବିନାୟକ ଗଡସେ, ନୂଆଦିଲ୍ଲୀରେ ପ୍ରାର୍ଥନା ସଭାପରେ, ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଜାନୁଆରୀ ୩୦ ତାରିଖକୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ସହିଦ ଦିବସ ଭାବରେ ମଧ୍ୟ ଭାରତ ବର୍ଷରେ ପାଳନ କରାଯାଏ । ସେ କହିଥିଲେ ଅହିଂସା ଦୁର୍ବଳତା ନୁହେଁ, ଏହା ପରାକ୍ରମିଙ୍କ ଅଭିବ୍ୟକ୍ତି । ନିଜର ସ୍ୱରୂପକୁ ଜାଣିବାର ସବୁଠୁ ସରଳ ଉପାୟ ହେଉଛି ଅନ୍ୟକୁ ସେବା କରି ନିଜକୁ ହଜାଇ ଦେବା । ଅତି ନମ୍ରତା ସହ ଭଦ୍ର ଭାବରେ ଆପଣ ଜଗତକୁ ଥରାଇ ପାରିବେ : ଗାନ୍ଧୀ ।

Leave A Reply

Your email address will not be published.