oom

ଜାତୀୟ ପାୱାର ଲିଫଟିଂରେ ବଲାଙ୍ଗିରର କୃତିତ୍ୱ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଜାନୁୟରୀ ୨୬ ତାରିଖ ଦିନ ଭୁବନେଶ୍ୱରର ବିଙ୍ଗ୍‌ ଷ୍ଟ୍ରଙ୍ଗ କ୍ଲବଠାରେ ଅନୁଷ୍ଠିତ ହୋଇ ଯାଇଥିବା ପ୍ରୋ ପାୱାର ଲିଫଟିଂ ଚମ୍ପିୟାନସିପ୍‌ରେ ସବ୍‌ ଜୁନିୟର, ଜୁନିୟର, ସିନିୟର ଓ ମାଷ୍ଟର ଗୃପରେ ସଫଳତା ହାସଲ କରି ବଲାଙ୍ଗିର ଜିଲ୍ଲାର ମାନ ବୃଦ୍ଧି କରିଛନ୍ତି ବଲାଙ୍ଗିରର କିଛି ଯୁବକମାନେ । ଜାତୀୟ ସ୍ତରରେ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଯୋଗଦାନ କରିଥିବା ବେଳେ ଜିଲ୍ଲାର ପାୱାର ଲିଫଟିଂ ଆସୋସିଏସନ୍‌ ପକ୍ଷରୁ ଭାଗ ନେଇଥିବା ଏହି ଖେଳାଳିମାନେ ମୁଖ୍ୟତଃ ବେଂଚପ୍ରେସ୍‌ ଓ ଡେଡ୍‌ଲିଫ୍ଟରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସବ୍‌ ଜୁନିୟରରେ ନିଖିଳ ନାଗ ୫୩ କେଜି ବିଭାଗରେ ଡେଡ୍‌ଲିଫ୍ଟ ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଭାସ ଗୁପ୍ତା ୮୩ କେଜି ବିଭାଗରେ ୧୫୦ କେଜି ଡେଡ୍‌ଲିଫ୍ଟ ଉଠାଇ ଦ୍ୱିତୀୟ ସ୍ଥାନ ଓ ୮୫ କେଜି ବେଂଚପ୍ରେସ୍‌ ଉଠାଇ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲେ । ବିକାଶ କୁମାର ପଟେଲ ୬୯ କେଜି ବିଭାଗରେ ୧୭୦ କେଜି ଡେଡ୍‌ଲିଫ୍ଟ ଉଠାଇ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲେ । ଏହିପରି ଜୁନିୟରରେ ଆଲୋକ ସାଗର ୭୨ କେଜି ବିଭାଗରେ ୨୧୫ କେଜି ଡେଡ୍‌ଲିଫ୍ଟ ଉଠାଇ ପ୍ରଥମ ସ୍ଥାନ, ୧୧୫ କେଜି ବେଂଚପ୍ରେସ୍‌ ଉଠାଇ ଦ୍ୱିତୀୟ ସ୍ଥାନ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୩ କେଜି ବିଭାଗ, ୧୨୫ କେଜି ବେଂଚପ୍ରେସ୍‌ ଉଠାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ସନାତନ ପଟ୍ଟନାୟକ ୮୯ କେଜି, ୧୯୦ କେଜି ଡେଡ୍‌ଲିଫ୍ଟ ଉଠାଇ ପ୍ରଥମ ସ୍ଥାନ ସେହିପରି ସିନିୟର ବିଭାଗରେ ଆଲୋକ ସାଗର (୭୨.୮ କେଜି) ଡେଡ୍‌ଲିଫ୍ଟରେ ୨୧୫ କେଜି ଭାର ଉଠାଇ ଦ୍ୱିତୀୟ, ସନାତନ ପଟ୍ଟନାୟକ (୮୯ କେଜି), ଡେଡ୍‌ଲିଫ୍ଟରେ ୧୯୦ କେଜି ଭାର ଉଠାଇ ତୃତୀୟ, ମୁନା ଦାଶ (୭୯ କେଜି) ୧୫୦ କେଜି ବେଂଚପ୍ରେସ୍‌ ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମାଷ୍ଟର ଗୃପରେ (୬୫ କେଜି) ରାଜା ନସ୍କର ଡେଡ୍‌ଲିଫ୍ଟରେ ୧୫୭.୫ କେଜି ଉଠାଇ ପ୍ରଥମ ଓ ୧୦୦ କେଜି ବେଂଚପ୍ରେସ୍‌ ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଖେଳାଳିମାନଙ୍କ ଏହି ସଫଳତାରେ ଜିଲ୍ଲା ପାୱାର ଲିଫଟିଂ ଆସୋସିଏସନ୍‌ର ସଭାପତି ପ୍ରଶାନ୍ତ ମଟାରୀ, ସଂପାଦକ ପ୍ରଶାନ୍ତ ଦାଶ, ସହ-ସଂପାଦକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସିନିୟର ଆଡ୍‌ଭାଇଜର୍‌ ରୁପକ କୁମାର ବରାଳ ଓ କୋଷାଧ୍ୟକ୍ଷ ସଂଜୀବ ରଥ ଶୁଭେଚ୍ଛା ଜଣାଇବା ସହ ଆଗକୁ ମଧ୍ୟ ବଲାଙ୍ଗିରର ଯୁବ ଖେଳାଳିମାନଙ୍କୁ ଏଥିରେ ସାମିଲ କରି ଜିଲ୍ଲାର ମାନ ବଢାଇବାକୁ ଆଶା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.