ମାଁ ବସ୍ତ୍ରେନ୍‌ ମାଉଲି ପଂଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ୍‌ : ଉଡାର ଦଳ କୁ ହରାଇ ଖଇରା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ଜାମତରା ଗ୍ରାମର ଖେଳପଡିଆ ଠାରେ ମାଁ ବସ୍ତ୍ରେନ ମାଉଲି ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ପଂଚମ ଦିନରେ ପହଂଚିଥିବା ବେଳେ ଖଇରା ଓ ଉଡାର ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ପ୍ରଥମେ ଖଇରା ଦଳ ବ୍ୟାଟିଂ କରି ୮ ଓଭର୍‌ରେ ୪ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିବା ବେଳେ ଜବାବ୍‌ରେ ଉଡାର ଦଳ ୭ ଓଭର ୩ ବଲ୍‌ରେ ସମସ୍ତ ୱିକେଟ ହରାଇ ମାତ୍ର ୮୫ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ନିତ୍ୟାନନ୍ଦ ପୃଷେଠ୍‌ ଓ ସତାର୍‌ ଅଲ୍ଲୀ ଖେଳ ପରିଚାଳନା କରିଥିଲେ । ଆଜିର ପଂଚମ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜକର୍ମୀ ପୁରୋହିତ ଛୁରା, ସମ୍ମାନୀୟ ଅତିଥି ଭାବେ ରାଧେଶ୍ୟାମ ପାତ୍ର ଯୋଗ ଦେଇ ଖେଲାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କମିଟିର ନିର୍ମଲ ମାଝୀ, ସଞ୍ଜିବ ଛୁରା, ପ୍ରଦୀପ ଭୋଇଙ୍କ ସମେତ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.