oom

ତକ୍ଷକ ବାର୍ଷିକ ସଂଖ୍ୟା ପ୍ରଚ୍ଛଦ ଉନ୍ମୋଚିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରୁଗୁଡିପଡା ଶେରସୁଆଁ ଗୁଡିଠାରେ ବଲାଙ୍ଗିରରୁ ପ୍ରକାଶିତ ପାକ୍ଷିକ ସମ୍ବାଦପତ୍ର ‘ତକ୍ଷକ’ର ଆଗାମୀ ଫେବୃଆରୀ ୧୮ରେ ବାର୍ଷିକ ଉତ୍ସବରେ ପ୍ରକାଶ ପାଇବାକୁ ଥିବା ବାର୍ଷିକୀ ସଂଖ୍ୟାର ପ୍ରଚ୍ଛଦ ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୁର୍ଲା ଭୀମସାରର ଆସୋସିଏଟ୍‌ ପ୍ରଫେସର ଡା. ବେଣୁଧର ପାଣ୍ଡେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପତ୍ରିକାଟିର ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ଶେରସୁଆଁ ଗୁଡି କମିଟିର ପରିଚାଳନାରେ ମୁଖ୍ୟ ସମ୍ପାଦକ ମଳୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀମନ୍ତ ପଣ୍ଡା ସଂଯୋଜନା କରଥିବା ସହିତ ପତ୍ରିକାର ସମ୍ପାଦକ ତଥା ପ୍ରକାଶକ ବିଶ୍ୱମୟ ପୁଜାରୀ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ସାମ୍ବାଦିକ ରଘୁନନ୍ଦନ ସିଂହ ଧନ୍ୟବାଦ ଦେଇଥିଲେ । ଏଥିରେ ସହରର ଶତାଧିକ ଗଣ୍ୟମାନ୍ୟ ନାଗରିକ, ସାମ୍ବାଦିକ, ବୁଦ୍ଧିଜିବୀ, ବ୍ୟବସାୟୀ, କଣ୍ଟ୍ରାକ୍ଟର, ସ୍ୱେଚ୍ଛାସେବୀ ଓ ବିଭିନ୍ନ ବର୍ଗର ଯୁବକମାନେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ କମ୍ବୁପାଣି ପୂଜାରୀ, ବବି ମିଶ୍ର, ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ, ପ୍ରଦୀପ୍ତ କୁମାର ମିଶ୍ର, ତେଜରାଜ ସିଂ, ବ୍ରହ୍ମାନନ୍ଦ ନାଏକ, ହିମାଂଶୁ ଖମାରୀ, ଗୋବର୍ଦ୍ଧନ ଭୋଇ, ବାବୁଲା ବହିଦାର, ମିଟୁଆ ମହାନ୍ତି, ବାଜୁ ଭାଇ, ବବନ ମିଶ୍ର, ଶିବ ପୁରୋହିତ, ସୁନିଲ ମିଶ୍ର, ଦେବାଶିଷ ମିଶ୍ର, କୁନା ବାଗ, ଟୁନା ହୋତା, ଶେଖର ପଣ୍ଡା, ଦାଶରଥି ମଟାରୀ, ଦୀପକ ନନ୍ଦ, ଟିଙ୍କୁ ବାଗ, ଶିବ ବେହେରା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ ।

jittmm
Leave A Reply

Your email address will not be published.