oom

ବରଗଡ଼ ଜିଲ୍ଲା ତୈଲିକ ବୈଶ୍ୟ ସାହୁ ସମାଜର ଜିଲ୍ଲା କମିଟି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତୈଲିକ ବୈଶ୍ୟ ସାହୁ ସମାଜର ଜିଲ୍ଲା କମିଟିର ବୈଠକ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ସମାଜର ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଭିକାରି ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସଭାପତି ମନୋରଞ୍ଜନ ସାହୁ, ଉପଦେଷ୍ଠା ବେଣୁଧର ସାହୁ, ମନୋରଞ୍ଜନ ସାହୁ (ମନ ମାଷ୍ଟ୍ରେ), ଶ୍ରୀମତୀ ତେଜବାଲି ସାହୁ, ଜିଲ୍ଲା ସମ୍ପାଦକ ଡକ୍ଟର ଭକ୍ତ ପୂରଣ ସାହୁ, ଯୁଗ୍ମ ସମ୍ପାଦକ ଡକ୍ଟର ବିରଞ୍ଚି ସାହୁ, ଆଇନ ପରାମର୍ଶଦାତା ରାଜକିଶୋର ସାହୁ, ଉପସଭାପତି ମାର୍କଣ୍ଡ ସା, ତୋଶବନ୍ତ ସାହୁ, କୋଷାଧକ୍ଷ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖଙ୍କ ସହିତ ସମସ୍ତ ସଭ୍ୟ, ସଭ୍ୟା ଏବଂ ପାଇକମାଳ, ଝାରବନ୍ଧ, ପଦ୍ମପୁର, ଗାଇସିଲେଟ, ବରଗଡ଼, ଭଟଲି, ଭେଡେନ, ଅମ୍ବାଭୋନା ସାମାଜିକ ବ୍ଲକର ସଭାପତି, ସମ୍ପାଦକମାନେ ଯୋଗ ଦେଇଥିଲେ । ଏହି ବୈଠକରେ ନୃସିଂହନାଥ ସ୍ଥିତ ସମାଜର ଧର୍ମଶାଳା ପାଇଁ ୧୭ ଜଣ ସଭ୍ୟ ବିଶିଷ୍ଟ ଏକ ନୂତନ ପରିଚାଳନା କମିଟି ଗଠିତ ହୋଇ ସଂକୀର୍ତ୍ତନ ସାହୁ ସଭାପତି, ଉଗ୍ରସେନ ସାହୁ ଉପସଭାପତି ଓ ଯୋଗେନ୍ଦ୍ର ସାହୁ ସମ୍ପାଦକ ରୂପେ ମନୋନୀତ ହୋଇଛନ୍ତି । ତୈଲିକ ବୈଶ୍ୟ ସାହୁ ସମାଜର ସଂଗଠନକୁ ମଜଭୁତ କରି ଜାତିର ଏକତା ଓ ସଂହତିକୁ ବଜାୟ ରଖିବା ପାଇଁ ଆଲୋଚନା ହୋଇଥିଲା । ବରିଷ୍ଠ ସଭ୍ୟ ପିତାମ୍ବର ସାହୁଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.