csstore

ବଙ୍ଗୋମୁଣ୍ଡା କପ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ଭୋଜପୁରକୁ ପରାସ୍ତ କରି ଘୁଷୁରାମୁଣ୍ଡା ଦଳ ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ଏଥଲାଟିକ୍ସ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ଚାଲିଥିବା ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଘୁଷୁରାମୁଣ୍ଡା ଓ ଭୋଜପୁର ଦଳ ଫାଇନାଲରେ ଉତ୍ତୀର୍ଣ୍ଣ ହୋଇଥିଲା । ଘୁଷୁରାମୁଣ୍ଡା ଦଳ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲା । ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ନଥିବାରୁ ପେନାଲ୍‌ଟିକ ସୁଟ୍‌ର ସହଯୋଗ ନିଆଯାଇଥିଲା । ଏଥିରେ ଘୁଷୁରାମୁଣ୍ଡା ୩/୧ରେ ବିଜୟ ଲାଭ କରି ଟୁର୍ଣ୍ଣାମେଣ୍ଟର ଚାମ୍ପିଆନ ହୋଇଥିଲା । ବିବଛ ମାଝୀ ରେଫରୀ ଓ ନବୀନ ସରାଫ, ବୈଷ୍ଣବ ତାଣ୍ଡି ସୁନିଷ ପ୍ରଧାନୀ ଲାଇନମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନୀୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଚେୟାରମେନ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ଓମ୍ ପ୍ରକାଶ କୁମ୍ଭାର, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ବଙ୍ଗୋମୁଣ୍ଡା ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ, ସମାଜସେବୀ ସୁଶିଲ କୁମାର ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜକ କମିଟିର ମଣ୍ଟୁ ସରାଫ, ଯଶୋବନ୍ତ ବାଗ, ରଶ୍ମି ସିନ୍ଦୁର, ଜଗା ନାଗ, ପୃଥ୍ୱୀରାଜ ବାଗ, ଲାଲା ମନହୀରା, ଯଯାତି ସିନ୍ଦୁର, ପିଣ୍ଟୁ ଦାସ, ପୁନମ ଭୋଇ, ଡବ୍ଲୁ ହଂସ, ଶଶାଙ୍କ ଶେଖର ଦାସ ଯାଦବ, ଅଶୋକ ହଂସ ତଥା କମିଟିର ଅନେକ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.