csstore

ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବରକାନୀ ଚମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ଚାଲିଥିବା ମା’ ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିଲେ । ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ବରକାନୀ ଦଳ ଚମ୍ପିୟାନ ହୋଇଥିଲେ । କ୍ରିକେଟ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, ଭୁସଲାଡର ସରପଂଚ ଦୀପକ ଛୁରା, ସିନ୍ଧେକେଲା ପୋଲିସ ଥାନା ଅଧିକାରୀ ବସନ୍ତ ଦଳାଇ, କୁଣ୍ଡାବୁଟଲା ପଞ୍ଚାୟତ ସମିତି ସଭ୍ୟ ରାମଜୀ ସାହୁ, ଚାନ୍ଦେତରା ସମିତି ପ୍ରତିନିଧି ଘାସିରାମ ସାହୁ, ଭୁସଲାଡ ପୂର୍ବତନ ସରପଂଚ ଯୁବରାଜ ବେହେରା, ପୂର୍ବତନ ସମିତି ସଭ୍ୟ ପଙ୍କ ସାହୁ, ଦେଢ଼ଗାଁ ସମିତି ସଭ୍ୟ ପିତାମ୍ବର ସୁନା, ସାଲେବରଟର ଭୂଜରାଜ ପଟେଲ, ସିନ୍ଧେକେଲା କଂଗ୍ରେସ କର୍ମୀ ରାଜୀବ ସାହୁ, ଧନୁ ଥନାପତି, ସଞ୍ଜୀବ ଛୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଚମ୍ପିୟାନ ଦଳକୁ ଟ୍ରଫି ସହିତ ୨୦.୦୦୦ ଟଙ୍କା ପ୍ରଦାନ କରାଗଲା । ଏଥିରେ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.