ବରଗଡ଼ ଭଟଲି ଛକରେ ଭବ୍ୟ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଅଯୋଧ୍ୟାରେ ଅନୁଷ୍ଠିତ ହେଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ମୃତିମାନସରେ ଚିରସ୍ମରଣୀୟ କରିବା ପାଇଁ ବରଗଡ଼ ଭଟଲି ଛକରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳ ୯ଘଣ୍ଟା ସମୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସଂକଳ୍ପ ପରିବାର ଦ୍ୱାରା ସ୍ଥାନୀୟ ନିଶାନ୍ତ ଦେବତା ପୋଲିକ୍ଲିନିକ୍, ଭଟଲି ଛକ, ବରଗଡ଼ଠାରେ ଆୟୋଜନ କରାଯାଇ ଏଥିରେ ୧୦୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମୁଖ୍ୟତଃ ଆଜିର କାର୍ଯ୍ୟକ୍ରମରେ ଭାଇଚାରା ଦେଖିବାକୁ ମିଳିଥିଲା । ବରଗଡ଼ ସହରରେ ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଇସାଇ ସମସ୍ତେ ଏକାଠି ହୋଇ ରାମ ଉତ୍ସବ ପାଳନ କରିଥିଲେ । ଅତି ଉତ୍ସାହର ସହିତ ମୁସ୍‌ଲିମ୍‌ ଭାଇ ଏମ୍‌. ଡି ଦିଲଦାର ଓ ତାଙ୍କର ପରିବାର ସଦସ୍ୟ ଆସି ରକ୍ତଦାନ କରିଥିଲେ । ଠିକ୍‌ ସେହିପରି ସକାଳ ୯ଘଣ୍ଟା ସମୟରେ ବରଗଡ଼ ବଜରଙ୍ଗ ଦଳ ତରଫରୁ ସମସ୍ତ ଶ୍ରୀରାମ ଭକ୍ତମାନଙ୍କୁ ନେଇ ଏକ ଭବ୍ୟ ବାଇକ ରେଲି (ତିନିଶହ ବାଇକ) ବରଗଡ଼ ମାର୍କେଟରୁ ଗାନ୍ଧିଛକ, ଟାଉନ ଥାନା ଦେଇ ଭଟଲି ଛକ ପହଞ୍ଚିଥିଲା । ତାପରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ ଆୟୋଜିତ ହୋଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଅନ୍ନଭୋଗ ବଣ୍ଟନ ହୋଇଥିଲା । ଠିକ୍‌ ସେହିପରି ସନ୍ଧ୍ୟା ୬ଟା ସମୟରେ ମହାଆଳତି ସହିତ ୧୦୮ ଜଣ ରାମ ଭକ୍ତଙ୍କୁ ନେଇ ଏକାଠି ହନୁମାନ ଚାଳିଶା ପାଠ ହୋଇଥିଲା । ଏହା ପରେ ଛପନ ଭୋଗ ବଣ୍ଟନ, ଭଜନ କାର୍ଯ୍ୟକ୍ରମ ଓ ଆତିଶ୍‌ବାଜି ହୋଇଥିଲା । ଆଜିଏ କାର୍ଯ୍ୟକ୍ରମରେ ବରଣ୍ୟେ ଅତିଥି ଗଣଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଡାକ୍ତର ନିଶାନ୍ତ ଦେବତା, ଆଇନଜୀବୀ କୁଶ ପଧାନ, ଯୋଗଦାନ ପୂର୍ବକ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ଲାଭ କରିଥିଲେ । ତେବେ ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯାଇ ବରଗଡ଼ ଭଟଲି ଛକ ନିବାସୀ ଅପ୍ରାଣ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.