ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୂଜା ଜଳନ୍ଧର ମହାବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ. ଲକ୍ଷ୍ମଣ ମେହେର ଯୋଗ ଦେଇଥିବା ବେଳେ ଜଳନ୍ଧର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ଭରସୂଜା ସରପଂଚ ପ୍ରମିଳା ସାହୁ, ଚୌବନ ସାହୁ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିବା ବେଳେ ମଂଚ ପରିଚାଳନା କରିଥିଲେ ଲଳିତ ବାଗ । ଅତିଥିମାନେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ଓ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ତଥା ନୂଆ ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ରାଜ୍ୟ ସରକାର ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ଅନୁଷ୍ଠାନମାନଙ୍କରେ ପ୍ରତିଯୋଗିତା ଓ ମାର୍ଗଦର୍ଶିକା ଉପରେ ଆଲୋକପାତ କରିଥିଲେ । ଶେଷରେ କ୍ରୀଡା, ପ୍ରବନ୍ଧ ଲିଖନ, ହସ୍ତାକ୍ଷର, ଓଡିଆ ସ୍ଲୋଗାନ ଲେଖା ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ସହ ପ୍ରମାଣପତ୍ର ବିତରଣ କରିଥିଲେ ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ ଓ ଭରସୂଜା ସରପଂଚ ପ୍ରମିଳା ସାହୁ । ପରିଶେଷରେ ଓଡିଆ ସିନେମା ଶଲାବୁଢା ପ୍ରଦର୍ଶନ କରାଯାଇଥିଲା ।