ରୋତ୍‌ କଲେଜରେ ‘ନୂଆ-ଓ’ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀ ନିକେତନ, ରୋତ୍‌ ଜିଲ୍ଲା-ବଲାଙ୍ଗିରରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି କାହ୍ନୁଚରଣ ଦର୍ଜି ମୁଖ୍ୟ ଅତିଥି, ସୋହେଲା ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ଡକ୍ଟର ଉପେନ୍ଦ୍ର କୁମାର ମହାପାତ୍ର ମୁଖ୍ୟ ବକ୍ତା, ଭୁବନେଶ୍ୱରର ଡକ୍ଟର ସରୋଜ କୁମାର ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ‘ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି’ ସଂପର୍କରେ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସୋମନାଥ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ତଥା ଓଡିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରମୋଦ କୁମାର ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବାମଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଭିତରେ ଥିବା ଓଡିଆ ଭାଷା ଓ ସାହିତ୍ୟ ଜ୍ଞାନ ତଥା ପ୍ରତିଭାର ବିକାଶ ଉଦ୍ଦେଶ୍ୟରେ ଦୀର୍ଘ ପାଞ୍ଚଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଆ କବିତା ଲିଖନ, ପ୍ରବନ୍ଧ ଲିଖନ, କବିତା ପଠନ, ହସ୍ତାକ୍ଷର ଲିଖନ, କୁଇଜ୍, ବିତର୍କ, ଜଗନ୍ନାଥ ଭଜନ ଗାନ, ଲୋକନୃତ୍ୟ ଆଦି ପ୍ରତିଯୋଗିତା ସହ ଓଡିଆ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ ପ୍ରଦର୍ଶନ ଓ ଓଡିଆ ସାହିତ୍ୟ ସଂପର୍କରେ ଆଲୋଚନାଚକ୍ର ‘ଓଡିଆ ସାହିତ୍ୟରେ ଜଗନ୍ନାଥ ଚେତନା’ ଆଦି ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର, ମୋମେଣ୍ଟୋ ଓ ଅର୍ଥ ରାଶି ଦେଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଅଧ୍ୟାପକ ଆର୍ଯ୍ୟେନ୍ଦୁ ମେହେରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.