csstore

ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଓଡ଼ିଶା ଡେଭ୍‌ଲପ୍‌ମେଣ୍ଟ ଫୋରମ୍‌ ପକ୍ଷରୁ ଶୁକ୍ରବାର ସହର ପରିକ୍ରମା, ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲ । ଖଲ୍ଲିକୋଟ କଲେଜ ସାମ୍ନାରେ ଶୁକ୍ରବାର ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ରହ୍ମପୁର ବିମାନ ବନ୍ଦର ରନ୍‌ୱେକୁ ୨୫୦୦ ମିଟର କରି ଏକ ପୂର୍ଣ୍ଣାଙ୍ଗ ଜାତୀୟସ୍ତରୀୟ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମପୁରର ବୁଦ୍ଧିଜୀବୀ ଦୃଢ଼ ଦାବୀ କରିଛନ୍ତି । ବ୍ରହ୍ମପୁର ଷ୍ଟାଡିୟମ, ରିଙ୍ଗ-ରୋଡ କାମକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା, ବ୍ରହ୍ମପୁର ସହରତଳି ଅଞ୍ଚଳଗୁଡ଼ିକ ଯାହାକି ସମସ୍ତ ପଞ୍ଚାୟତ ଗୁଡ଼ିକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ କରିବା, ଏମ୍‌କେସିଜି ଅବା ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ଜିଲ୍ଲାର ସମସ୍ତ ହସ୍ପିଟାଲମାନଙ୍କରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀକୁ ପୂରଣ କରି ଭିତ୍ତିଭୂମିର ବିକାଶ କରିବା, ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବୀକୁ ପୂରଣ କରିବା ଏବଂ ତାହାର ପରିସର ନୂତନ କ୍ୟାମ୍ପସ ନିର୍ମାଣ କରି ପୂର୍ଣ୍ଣାଙ୍ଗ କରିବା, ଯଥାଶୀଘ୍ର ମୋ-ବସ ଚଲାଇବା ଇତ୍ୟାଦି ଦାବୀ କରାଯାଇଛି । ଏହି ସମସ୍ତ ଦାବୀ ପୂରଣ ପାଇଁ ପ୍ରତିବାଦ ବିକ୍ଷୋଭ କରଯାଇଥିଲା । ଏହି ସମସ୍ତ ଦାବୀ ପୂରଣ ନ ହେଲେ ଆଗମୀ ଦିନରେ ରାଜରାସ୍ତାରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଚେତବନୀ ଦିଆଯାଇଛି । ଏଥିରେ ବହୁ ସଂଖ୍ୟାରେ ସମାଜର ପ୍ରମୁଖ ବ୍ୟକ୍ତି ଯୋଗଦେଇ ଏହାକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.