csstore

ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ବଲାଙ୍ଗିର ଗୋପାଳଜୀ ମନ୍ଦିର ପରିସରରେ ଥିବା ଗାୟତ୍ରୀ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଂଯୋଜକ ସତ୍ୟନାରାୟଣ ଗୁପ୍ତା ଏବଂ ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠର ସଂଯୋଜକ କାଳି ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆଜି ସକାଳ ୯ଟାରୁ ପରମପୂଜ୍ୟନୀୟ ଗୁରୁଦେବ, ପରମପୂଜନୀୟ ବେଦମାତା, ଦେବୋମାତା, ଗାୟତ୍ରୀ ମାତାଙ୍କ ସୂକ୍ଷ୍ମ ଉପସ୍ଥିତିରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉକ୍ତ ଯଜ୍ଞରେ ଦୀକ୍ଷା ସଂସ୍କାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଜ୍ଞକୁ ପରିଚାଳନା କରିଥିଲେ ବରପାଲି ଗାୟତ୍ରୀ ଶକ୍ତିପୀଠର ରବିନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ବାରିକ । ବଲାଙ୍ଗିର ଜିଲ୍ଲା ବିଭିନ୍ନ ଅଂଚଳରୁ ଗାୟତ୍ରୀ ପରିଜନ ମା’ ଭଉଣୀ ଏବଂ ନୂତନ ଭାବରେ ଅନେକ ଭକ୍ତ ଏହି ଯଜ୍ଞ କର୍ମରେ ଯୋଗ ଦେଇ ଆଶିର୍ବାଦ ପ୍ରାପ୍ତ କରିଥିଲେ ।

jayashree
Leave A Reply

Your email address will not be published.