ଜାନୁଆରୀ ୧୫ରେ ପିଏମ୍-ଜନମନ ଅଧୀନରେ ପିଏମ୍‌ଏୱାଇ-ଜିର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୫, ୨୦୨୪ ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହାଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ-ଜନମନର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଅନ୍ତିମ ପର୍ଯ୍ୟାୟରେ ଶେଷ ବ୍ୟକ୍ତିଙ୍କୁ ସଶକ୍ତ କରିବା ପାଇଁ ଅନ୍ତ୍ୟୋଦୟର ଲକ୍ଷ୍ୟ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଅନୁଯାୟୀ, ୧୫ ନଭେମ୍ବର ୨୦୨୩ ରେ ଜନଜାତିୟ ଗୌରବ ଦିବସ ଅବସରରେ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସାମାଜିକ-ଅର୍ଥନୈତିକ କଲ୍ୟାଣ ପାଇଁ ପିଏମ-ଜନମନର ଶୁଭାରମ୍ଭ କରାଯାଇଥିଲା । ପାଖାପାଖି ୨୪,୦୦୦ କୋଟି ଟଙ୍କାର ବଜେଟ ସହିତ ପିଏମ୍‌-ଜନମନ ୯ଟି ମନ୍ତ୍ରଣାଳୟ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରୁଛି ଏବଂ ପିଭିଟିଜି ପରିବାର ଏବଂ ଘର ଗୁଡ଼ିକୁ ସୁରକ୍ଷିତ ଆବାସ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ, ବିଦ୍ୟୁତ୍, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରି ପିଭିଟିଜିର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.