csstore

ନାରେନ ଗ୍ରାମରେ ଚାଲିଥିବା ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜିତିଲା ବଡଗମଡ଼ା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ନାରେନ ଗ୍ରାମରେ ୨୦ତମ ସ୍ଵାମୀ ବିବେକାନନ୍ଦ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ଦିନ ଧରି ଏହି ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନାରେନ ଗ୍ରାମର ପୂର୍ବତନ ସରପଞ୍ଚ ଦୟାରାମ ଅଗ୍ରୱାଲ, ଆଦିବାସୀ ନେତା ଥବିର ପୁଝାରୀ, ବିଜେପି ନେତା ଅଶୋକ ମିଶ୍ର, ଆଶିଷ ସାହୁ, ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ନରସିଂହ ସିଂ, ଶିକ୍ଷକ ରମେଶ ପଟେଲ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଯୋଗ ଦେଇଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ରଞ୍ଜିତ ସ୍ୱାଇଁ । ଫାଇନାଲ ମ୍ୟାଚଟି ନକଟାସର ଓ ବଡ଼ଗମଡ଼ା ମଧ୍ୟରେ ଖେଳା ଯାଇଥିବା ବେଳେ ବଡ଼ଗମଡ଼ା ୨-୧ ଗୋଲଦେଇ ନକଟାସର ଦଳକୁ ପରାଜୟ କରିଥିଲେ । ବିଜୟୀ ଦଳକୁ ୧୨୦୦୦ ଟଙ୍କା ଓ ରନର୍ସଅପ ଦଳକୁ ୯୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ମୁକେଶ ଜୈନ । ଏହି ଫାଇନାଲ ମ୍ୟାଚକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ରେଫରି ଆଶିଷ ସାହା, ଲାଇନ ମ୍ୟାନ ବିରଞ୍ଚି ସ୍ୱାଇଁ, କର୍ଣ୍ଣ ଭୋଇ, ଜଗବନ୍ଧୁ ଆଡଯୁଆଡ । ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ଗଗନ ବେହେରା, ଶେଷ ପରାଭୁଏ, ଅଭିନାସ ଭୋଇ, ବିକାଶ ସ୍ୱାଇଁ, ବିରଞ୍ଚି ସ୍ୱାଇଁ, ବୈବ ପୁଟେଲ, ହରିଶ୍ଚନ୍ଦ୍ର ବିଶି ।

jayashree
Leave A Reply

Your email address will not be published.