csstore

ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚଲକି ଦଳକୁ ପରାସ୍ତ କରି ନୂଆପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସିନ୍ଧିଭାଡ଼ି ଗାଁର କୁମ୍ଭୀ ପଟୁଆ ଡୁଙ୍ଗରି ଖେଳପଡିଆଠାରେ ଚାଲିଥିବା ମା’ ବସ୍ତ୍ରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ପଞ୍ଚମ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ବିଶେଷ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ, ସମ୍ମାନିତ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଥବିର ଚନ୍ଦ୍ର ବାଗ, ସିନ୍ଧେକେଲା ବିଜେପି ମଣ୍ଡଳ ସଭାପତି ମୁନିରାମ ନାଗ, ସମାଜସେବୀ କେଦାର ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ବଳଧା ପଞ୍ଚାୟତର ଇଓ ନୀଳକାନ୍ତ ପୁରୋହିତ, ନବୀନ ବାଗ, ଭଜ ପୁଟେଲ, ଅନ୍ତରାମ ପୁଞ୍ଜି, ଦେବାର୍ଚ୍ଚନ ବେହେରା, ତାରେଣୀ ବେହେରା, ତ୍ରିଗତ ପୁଞ୍ଜି, ବିକ୍ରମ ବାରିକ, ଲିଙ୍ଗରାଜ ପୁଞ୍ଜି, ଭୁଲେଶ୍ୱର ଛୁରା, କେଶରୀ ବେହେରା, ଦେବାନନ୍ଦ ପ୍ରଧାନୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ପଞ୍ଚମ ଦିବସ ମ୍ୟାଚରେ ଜରାସିଂହା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଚଲକି ଦଳକୁ ୨-୦ ଗୋଲରେ ପରାସ୍ତ କରି ନୂଆପଡା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଡିସେମ୍ବର ଭୋଇ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ ଓ ହୁଲେଶ୍ୱର ହଂସ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ସଦାନନ୍ଦ ତାଣ୍ଡି, ସମ୍ପାଦକ ଲମ୍ବୋଦର ବେହେରା, କୋଷାଧ୍ୟକ୍ଷ ଚକ୍ରଧର ପୁଞ୍ଜି, ସଦସ୍ୟ କେଶବ ଚନ୍ଦ୍ର ପୁଞ୍ଜି, ଚୁଡାମଣି ପୁଞ୍ଜି, ଚିନ୍ତାମଣି ବେହେରା, ସୁଧୀର କୁମାର ପୁଞ୍ଜି, କିଶୋର ବେହେରା, ଗୋପାଳ ବେହେରା, ପପୁ ବେହେରା, ଖୁସିରାମ ବେହେରା ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.