csstore

ମାଗଣା କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଓଡ଼ିଆର୍‌ପି କଲୋନୀର ସଭାଗୃହରେ ଭିୟୁଷ ଅନୁଷ୍ଠାନ ପକ୍ଷରୁ ଏକ ବର୍ଷ ଧରି ଚାଲିଥିବା ମାଗଣାରେ କମ୍ପ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ଇଓ ଏସ୍‌. ଭୀମା ରାଓଙ୍କ ନେତୃତ୍ୟରେ ପାଞ୍ଚାୟତର ବିଭିନ୍ନ ଗ୍ରାମର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଶିବିରର ଉଦ୍‌ଯାପନୀ ସମାବେଶରେ ଓଡ଼ିଶା ସମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଧ୍ୟକ୍ଷତା କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ନିଜର ଲକ୍ଷ ସ୍ଥଳରେ ପହଞ୍ଚି ନିଜକୁ ଜଣେ ଉତ୍ତମ ନାଗରିକ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପ୍ରୋଜେକ୍ଟ କୋଡିନେଟର ଜେ. ଟିଟୁଙ୍କ ତତ୍ୱାବଧାନରେ ଶିବିର ଆୟୋଜିତ ହୋଇଥିବା ବେଳେ ସି. ଏଚ୍‌. ପଦ୍ମିନୀ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଉଦ୍‌ଯାପନୀ ସମାବେଶରେ ସଂଯୋଜନା କରିଥିଲେ । ଗ୍ରାମ୍ୟ ସଭାପତି ବି. ଜଗନ୍ନାଥ, ଉପସଭାପତି ସି. ଏଚ୍‌. ଚିନେୟା, ପୂର୍ବତନ ୱାର୍ଡ ସଭ୍ୟ ବି. ହାଡ଼ି, ସି. ଏଚ୍‌. କ୍ରୀଷ୍ଣା ପ୍ରମୁଖ ଗ୍ରାମ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.