oom

ଦେଢ଼ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ : କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ କର୍ମୀଙ୍କୁ ବିଧାୟକଙ୍କ ଆହ୍ୱାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ୍ ଦେଢ଼ଗାଁ ଗ୍ରାମର ଖେଳପଡିଆଠାରେ ଆଜି କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମସ୍ତ ଅତିଥିମାନଙ୍କୁ କର୍ମୀମାନେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଚେୟାରମେନ ରଞ୍ଜୁବାଳା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଆବାହକ ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଭୁସଲାଡ଼ ସରପଞ୍ଚ ଦୀପକ ଛୁରା, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ କୁମାର ଯୋଶୀ, ଝଳପ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ, ଯୁବରାଜ ବେହେରା, ଜାମଖୁଣ୍ଟା ସମିତି ସଭ୍ୟ ଦ୍ରୋଣସେନ ବେହେରା, ଯୁବ ନେତା ପିତାମ୍ବର ସୁନା, ନୀଳକଣ୍ଠ ତ୍ରିପାଠୀ, ଅଲଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ଭୁର୍ଷାଗୁଡା ସମିତି ସଭ୍ୟ ଦ୍ରୋପଦ ବାରିକ, ଶବର ଜାଲ, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମୀମାନଙ୍କୁ କଂଗ୍ରେସ ପାର୍ଟିର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ସ୍ୱାଗତ କରାଯାଇଥିଲା । କଂଗ୍ରେସ ଦଳକୁ କିପରି ଭାବେ ମଜବୁତ କରିବା ସହ ସବୁବେଳେ ଲୋକଙ୍କ ଦୁଃଖସୁଖରେ ସାମିଲ ହୋଇଛି ବିଭିନ୍ନ ସମୟରେ ଏହି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ବିଧାନସଭା ଦାବି ଉପସ୍ଥାପନ କରାଯାଇଛି । ଏଣୁ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଯୁବ କଂଗ୍ରେସ ନେତା ଘାସିରାମ ସାହୁ ସଭା ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେଢ଼ଗାଁ, ଭୂଷଲାଡ, ଝଳପ ଗ୍ରାମପଞ୍ଚାୟତ ଅଞ୍ଚଳର ଶତାଧିକ ବିଜେଡି, ବିଜେପି ପାର୍ଟିର କର୍ମୀମାନେ ଆଜି କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି । ଏଥିରେ ବହୁ ମହିଳା ଓ ପୁରୁଷ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.