oom

୩ ଦିନରେ ବ୍ଲକର ୩ ପଞ୍ଚାୟତ ଅର୍ନ୍ତଗତ ୧୬ଟି ଗାଁର ୩୧୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର କମ୍ବଳ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୨ ରୁ ୨୪ ମଧ୍ୟରେ ୩ ଦିନ ଧରି ଦେଓଗାଁ ବ୍ଳକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଯଥାକ୍ରମେ ଉଡାର, ମକୁନ୍ଦପୁର ଓ ଗାଈବାହାଲ ପଞ୍ଚାୟତର ୩୧୭ ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ୨୨ ତାରିଖ ଦିନ ଉଡ଼ାର ପଞ୍ଚାୟତର ବ୍ରାହ୍ମଣିପାଲି ଗାଁରେ ବ୍ରାହ୍ମଣିପାଲି ସହ ଲୁହୁରେନପାଲି, ପଦ୍ମପୁର, ଜଲିଆ, ବାଞ୍ଜିପାଲି ଗାଁର ୧୦୭ ଜଣଙ୍କୁ ଓ ୨୩ ତାରିଖ ଦିନ ମକୁନ୍ଦପୁର ପଞ୍ଚାୟତର ହିର୍ଲିମାଲରେ ହିର୍ଲିମାଲ ସହ ଜାମଝରନ, ତେଲପାଲି, ପୁରୁଣାପାଣି ଓ ମକୁନ୍ଦପୁର ଗାଁର ୧୦୬ ଜଣଙ୍କୁ କମ୍ବଳ ବଣ୍ଟନ କରିଥିବା ବେଳେ ୨୪ ତାରିଖ ଦିନ ଗାଈବାହାଲ ପଞ୍ଚାୟତର ରତନପୁର ଗାଁରେ ରତନପୁର, ଜୁର୍ଲାକାନି, ଗଡ଼ଦ୍ୱାର, ଘୁଚିପାଲି, ରାଏପାଲି ଓ ସାଗରପାଲି ଗାଁର ୧୦୪ ଜଣଙ୍କୁ ମୋଟ ୩୧୭ଜଣ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଥିବା ଜଣାପଡ଼ିଛି । ଏହି ୩ ଦିନ କାର୍ଯ୍ୟକ୍ରମରେ ବ୍ଲକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ପ୍ରମୋଦ ବହଦାର, ଶୈଲେନ୍ଦ୍ର ସାହୁ, ସଞ୍ଜିବ ପଧାନ, ହୃଦାନନ୍ଦ ଗଡ଼ତ୍ୟା, ଛବିଲ ମାଝୀ, ଡମ୍ବରୁ ଭୋଇ, ବିହାରୀ ନାଗ, ସନ୍ତୋଷ ପଧାନ, ନନ୍ଦିକିଶୋର ଭୋଇ, ଦିଲିପ ମାଝୀ, ସୁଦାମ ପଧାନ, ଗଜିନ୍ଦ୍ର ପଧାନ, ଧୁବାଜନ ବନଛୋର, ଶ୍ରୀବତ୍ସୀ ନାଗ, ମନବୋଧ ନାଗ, ଶାନ୍ତନୁ ନାଏକ, ଆନନ୍ଦ ସ୍ୱାଇଁ, ଭକ୍ତ ସୁନା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.