ସୀମାନ୍ତରେ ମାତିଲେ ମାଓବାଦୀ

ରାଉରକେଲା : ସୀମାନ୍ତରେ ମାତିଲେ ମାଓବାଦୀ । ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ଜରେଇକେଲା ସମଠା ଗାଁରେ ସଶସ୍ତ୍ର ମାଓବାଦୀ ହିଂସାକାଣ୍ଡ ଭିଆଇଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ଘରେ ପଶି ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏମିତି ଘଟଣା । ମୃତ ଯୁବକ ଜଣକ ହେଲେ ମେନସନ ଭେଙ୍ଗରା (୩୦) । ମାଓବାଦୀ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ତାଙ୍କ ମୁଣ୍ଡ ଓ ଅନ୍ୟ ଗୁଳି ଛାତିରେ ବାଜିଥିବା ଖବର ମିଳିଛି । ସେଠାରେ ମାଓବାଦୀ ନକ୍ସଲ ପୋଷ୍ଟର ଛାଡ଼ି ଯାଇଛନ୍ତି । ମୃତ ଯୁବକ ମାଓବାଦୀ ନାଁରେ ଚାନ୍ଦା ମାଗି ଗତ ୨୦୨୩ ମେ ମାସରେ ଜେଲ ଯାଇଥିଲେ । ଗତ ଦୁଇମାସ ତଳେ ଜେଲରୁ ବାହାରିଥିଲେ । ସିଆର୍‌ପିଏଫ୍‌ ଓ ଝାରଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.