ନରସିଂହଙ୍କ ‘ଭଡ଼ାଟିଆ’ ଶବ୍ଦ ପ୍ରୟୋଗକୁ ପ୍ରତିବାଦ କରି ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଜେଡ଼ି ନେତ୍ରୀ ବୃନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନୀ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ‘ଭଡ଼ାଟିଆ’ ଶବ୍ଦ ପ୍ରୟୋଗକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ ଦାବୀରେ ବିଜେଡ଼ି ନେତ୍ରୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହି ସଭାରେ ୯୦ ଭାଗ ମହିଳା ଥିବା ବେଳେ ବିଧାୟକ ନରସିଂହ ମିଶ୍ର ଏଭଳି ‘ଭଡ଼ାଟିଆ’ ଶବ୍ଦ ବ୍ୟବହାର କରି ମା’ଭଉଣୀଙ୍କ ସମ୍ମାନହାନୀ କରିଛନ୍ତି ବୋଲି ବିଜେଡ଼ି ନେତ୍ରୀ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ କହିଛନ୍ତି । ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମହିଳା ନେତ୍ରୀମାନେ ଦାବୀ କରିଥିବା ବେଳେ ଉଚିତ ନ୍ୟାୟ ନମିଳିଲେ ଆମେ ରାଜ୍ୟ ସରକାରଙ୍କୁ ଜଣାଇବୁ ବୋଲି ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମତ ରଖିଛନ୍ତି ।

Leave A Reply

Your email address will not be published.