ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବ୍ଲକ କଲୋନୀରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ରାତ୍ରି ଜଗୁଆଳିଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଓ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେବା ଅଭିଯୋଗରେ ସଇଁତଲା ଥାନା କେସ୍ ନଂ ୦୬/୨୪ରେ ଭାରତୀୟ ପିଙ୍ଗଳ କୋଡ଼ ନଂ ୨୯୪, ୩୨୩, ୫୦୬, ୩୪ ଆଇପିସି ୩ ଏସ୍ସି/ଏସ୍ଟି ଦଫାରେ ମାମଲା ରୁଜୁ ହୋଇଅଛି । ଏଥିରେ ଗିରଫ ଅଭିଯୁକ୍ତ ହେଲେ ଡେଙ୍ଗ ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ (୪୦) ଓ ତାଙ୍କ ସହଯୋଗୀ ବବୁଲୁ ରଣା (୩୪)ଙ୍କୁ ପୋଲିସ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ପ୍ରକାଶ ଯେ, ଗତ ୩ ତାରିଖ ବୁଧବାର ଦିନ ରାତି ୯ଟା ୧୫ରେ ରାତ୍ର ଜଗୁଆଳି ସୁମନ୍ତ ଭୋଇ (୫୪) ବ୍ଲକ କଲୋନୀଠାରେ କନିଷ୍ଠ ଯନ୍ତ୍ରୀଙ୍କ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରିଆସୁଛନ୍ତି । ସେ କ୍ୱାଟରକୁ ଯାଉଥିବା ବେଳେ ସଇଁତଲା ତହସିଲଦାରଙ୍କ ସରକାରୀ ବାସଭବନ ସମ୍ମୁଖରେ ଡେଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଟିକେଶ୍ୱର ସାହୁ ଓ ଅନ୍ୟ ଜଣେ ସହଯୋଗୀ ଗାଁ ସାଥୀଙ୍କ ସ୍ୱାମୀ ବବୁଲୁ ରଣା ମିଶି ନିସ୍ତୁକ ମାଡ଼ ମାରିଥିଲେ । ଏହି ଗଣ୍ଡଗୋଳ ସମୟରେ ତହସିଲଦାର ବାସଭବନକୁ ଫେରୁଥିବା ବେଳେ ତାଙ୍କ ଡ୍ରାଇଭର ଗାଡି ଅଟକାଇବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ ବୋଲି ରାତ୍ରି ଜଗୁଆଳି ଶ୍ରୀ ଭୋଇ ସଇଁତଲା ଥାନାରେ ଲିଖିତ ଏତଲାରେ ଉଲ୍ଲେଖ କରିଛନ୍ତି । ଉକ୍ତ ମାମଲାକୁ ଟିଟିଲାଗଡ଼ ଏସ୍ଡିପିଓ ଅଙ୍କିତା କୁମ୍ଭାର ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ଏପରିକି ଜଣେ ରାତ୍ରି ଜଗୁଆଳିଙ୍କୁ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।