centurian jitm

ମା’ ବସ୍ତ୍ରେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ତୁକୁଲା ଚାମ୍ପିଆନ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିରିପାଲି ଓ ବେଡାପରା ଗାଁର ମିଳିତ ଆନୁକୂଲ୍ୟରେ ଚାଲିଥିବା ମା’ ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ତୁକୁଲା ଓ ପୁଟୁପଡା ଦଳ ଫାଇନାଲରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ତୁକୁଲା ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୭ ୱିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିବା ବେଳେ ଜବାବରେ ପୁଟୁପଡା ଦଳ ବ୍ୟାଟିଂ କରି ୮ ଓଭର ୪ ବଲରେ ସମସ୍ତ ୱିକେଟ ହରାଇ ୩୭ ରନ୍‌ କରି ପରାଜିତ ହୋଇଥିଲା । ପୁଟୁପଡାକୁ ପରାସ୍ତ କରି ତୁକୁଲା ଦଳ ଚାମ୍ପିଆନ ହୋଇଥିଲା । ବସନ୍ତ ସରାଫ ଓ ଡୁଲା କୈବର୍ତ୍ତ ଖେଳ ପରିଚାଳନା କରିଥିଲେ । ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି ସେଜି ସିଂ ସାଲୁଜା, ବିରିପାଲି ସରପଞ୍ଚ ସୁରେଶ ବେହେରା, ନୂଆପଡା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ପାଣ୍ଡେ, ସମିତି ସଭ୍ୟ ଯୋଗେଶ୍ୱର ବେହେରା, ଯୁବନେତା ମନୋଜ ଦୀପ, ପଶ୍ଚିମ ଓଡିଶା ସମଲେଇ ସେନା ସଭାପତି ପ୍ରଦୀପ ଛତ୍ରିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବେଷ୍ଟ ବୋଲର ଗୋଳୁ, ବେଷ୍ଟ ବ୍ୟାଟ୍ସ ମ୍ୟାନ୍‌ ସୁରଜ, ମ୍ୟାନ୍‌ ଅଫ୍‌ ଦ ସିରିଜ ଭବାନୀ, ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଡିଲୁଙ୍କୁ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା । ଆୟୋଜକ କମିଟିର ସଭାପତି ମହେନ୍ଦ୍ର ସାହୁ, ସମ୍ପାଦକ କୁଞ୍ଜ ସାହୁ, କୋଷାଧ୍ୟକ୍ଷ ବିଶାଳ ସାହୁ, ଭକ୍ତେଶ୍ୱର ସାହୁ, ହରି ସାହୁ, ଖୁସି ସାହୁଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.