- ଏହି ଅବସରରେ ସଚେତନତା ରଥର ଶୁଭାରମ୍ଭ
ବଲାଙ୍ଗିର, (କେପିଏନ୍ଏସ୍) : ଜାନୁଆରୀ ୧ ତାରିଖରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ସଡକ ଓ ପରିବହନ ବିଭାଗ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ହେଉଛି । ଏହି ଅବସରରେ ଗତ ୧ ତାରିଖରେ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଆର୍ଟିଓ ରାଜେଶ ମାରାଣ୍ଡି, ଏମ୍ଭିଆଇ ଗୌରହରି ହାଁସଦା । ଏହା ସହିତ ବିଦ୍ୟାଳୟ ସ୍ତରରେ ଦୁଇଟି ବର୍ଗରେ ସଡକ ସୁରକ୍ଷା ସଚେତନତା ସଂପର୍କରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଓ ସ୍ଲୋଗାନ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଶିଷ୍ଟ ଚିତ୍ରକର ବାସୁଦେବ ମେହେର ଓ ସ୍ଲୋଗାନ ପ୍ରତିଯୋଗିତାରେ ସାମ୍ବାଦିକ, କବି ସନ୍ଦୀପ କୁମାର ଓ ଶରତ ଚନ୍ଦ୍ର ମିଶ୍ର ବିଚାରକ ଭାବରେ ଯୋଗ ଦେଇଥିଲେ । କନିଷ୍ଠ ବର୍ଗରେ ଅରିନ୍ଦମ ସାହୁ – ପ୍ରଥମ, ସୌମ୍ୟରଞ୍ଜନ ସାହୁ – ଦ୍ୱିତୀୟ ଓ ଶ୍ରେୟାଶ୍ରୀ ଭୋଇ – ତୃତୀୟ ହୋଇଥିବା ବେଳେ ବରିଷ୍ଠ ବର୍ଗରେ ଅଙ୍କିତା ବିଶ୍ୱାଳ – ପ୍ରଥମ, ନରେଶ ପ୍ରଧାନ – ଦ୍ୱିତୀୟ ଓ ସୂର୍ୟ୍ୟ ନନ୍ଦ – ତୃତୀୟ ହୋଇଛନ୍ତି । ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ପ୍ରାଚୀ ନନ୍ଦ – ପ୍ରଥମ, ଲିଜା ଭୋଇ – ଦ୍ୱିତୀୟ ଓ ଦିବ୍ୟଂଶୀ ପ୍ରିୟଦର୍ଶନୀ – ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗରେ ବିନ୍ଦିଆ ସାହୁ – ପ୍ରଥମ, ଶ୍ରାବଣୀ ଶୁଭଦର୍ଶିନୀ ବେହେରା – ଦ୍ୱିତୀୟ ଓ ଅଭୀପ୍ସା ଦାଶ – ତୃତୀୟ ହୋଇଛନ୍ତି । ଏମ୍ଭିଆଇ ଗୌରହରି ହାଁସଦା, ଆର୍ଟିଓ ରାଜେଶ ମାରାଣ୍ଡି, ହେର୍ଡ କ୍ଲର୍କ କୁତାର୍ଥ କାଲସାଏ, ଚଞ୍ଚଳ ମିଶ୍ର, ଶ୍ରୀକାନ୍ତ ନାୟକ, ପଦ୍ମ ସେଠ, ସରୋଜ ଦେହୁରୀ, ସାଗର ପାଣ୍ଡେ, ତୀର୍ଥ ବଗର୍ତ୍ତୀ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମକୁ ସୁନ୍ଦରଭାବେ ପରିଚାଳନା କରିଥିଲେ ।