ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ୨୬ ନଂ ଜାତୀୟ ରାଜପଥ ବୁର୍ଡାଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ମୃତକ ଜଣକ ନିକଟସ୍ଥ ଚୌହାନପାଲି ଗ୍ରାମର ବିନୋଦ ବାରିକ ବୋଲି ଜଣାଯାଇଛି । ସେ ଯୋଗ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ସେ ନିଜ ବାଇକରେ ଲୋଇସିଂହା ଆସୁଥିବା ବେଳେ ଏକ ଓମ୍ଫେଡ୍ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଅଗ୍ନିଶମ ବାହିନୀ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଲୋଇସିଂହା ଓ ପରେ ବଲାଙ୍ଗିର ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।
Next Post