jayashree

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର : ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ହଲ୍‌ର କରାଯିବ ଲାଇଭ୍ ଷ୍ଟ୍ରିମିଂ । ପରୀକ୍ଷା ଆରମ୍ଭର ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୨ ଯାଏ ଚାଲିବ ଏହି ପ୍ରାକ୍ଟିକାଲ ପରୀକ୍ଷା । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ଯୁକ୍ତ ୨ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ । ୬୦, ୩୦ ଏବଂ ୨୦ ମାର୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଦିଆଯିବ ୩ ଘଣ୍ଟାର ସମୟ । ୧୫ ମିନିଟ୍‌ର ପରୀକ୍ଷା ପାଇଁ ଦିଆଯିବ ୨ ଘଣ୍ଟା ସମୟ । ତେବେ ପରୀକ୍ଷା ଆରମ୍ଭର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରାମର୍ଶ ଦିଆଯାଇଛି । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ଆଡମିଟ୍‌ କାର୍ଡ ଯାଞ୍ଚ କରାଯାଇ ହଲ୍‌କୁ ପ୍ରବେଶ କରାଯିବ । ତେବେ ପରୀକ୍ଷାକେନ୍ଦ୍ର ପୁରା ସିସିଟିଭି ଅଧୀନରେ ରହିବ । ପରୀକ୍ଷାରେ ଅଧିକ୍ଷକ ଭାବେ ଉକ୍ତ କଲେଜର ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି । ୨ରୁ ୧୨ ତାରିଖ ମଧ୍ୟରେ ସମସ୍ତ ପ୍ରାକ୍ଟିକାଲ୍‌ ଓ ପ୍ରୋଜେକ୍ଟ ପରୀକ୍ଷାର ମୂଲ୍ୟାଙ୍କନ କରାଯିବ । ସିଏଚ୍‌ଏସ୍‌ଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ନିୟୋଜନ କରାଯାଇଛି । ସିଏଚ୍‌ଏସ୍‌ଇ ଗାଇଡ୍‌ଲାଇନ ଅନୁଯାୟୀ, ଗୋଟିଏ ଟିମ୍‌ରେ ୨୪ଜଣ ଛାତ୍ରଛାତ୍ରୀ ରହିବେ । ଗୋଟିଏ ଦିନରେ ଜଣେ ଶିକ୍ଷାର୍ଥୀଙ୍କର ୨ଟି ପ୍ରାକ୍ଟିକାଲ୍‌ ପରୀକ୍ଷା ହୋଇପାରିବ ନାହିଁ ।

Leave A Reply

Your email address will not be published.