jayashree

ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ନବବର୍ଷର ଆଗମନ ହେଉଛି ନୂଆ ସଙ୍କଳ୍ପ ଓ ଲକ୍ଷ୍ୟ ନେଇ ଅଗ୍ରସର ହେବାର ଅବସର ।

ନବବର୍ଷ ୨୦୨୪ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ । ଆମ ଦେଶ ପ୍ରଗତୀରେ ଆମର ଅବଦାନ ଅବ୍ୟାହତ ରହୁ । ସମୃଦ୍ଧ ସମାଜ ଗଢ଼ିବା ଲାଗି ଜନସାଧାଣଙ୍କୁ ଆହ୍ବାନ ଦେଇ ରାଷ୍ଟ୍ରପତି ପୁଣି କହିଛନ୍ତି, ଚାଲନ୍ତୁ ନବବର୍ଷକୁ ସ୍ବାଗତ କରିବା ସହିତ ସମୃଦ୍ଧ ସମାଜ ଓ ଜାତି ଗଠନ ଲାଗି ଶପଥ ନେବା ।

Leave A Reply

Your email address will not be published.