ବିରାଜିବେ ପ୍ରଭୁ ଶ୍ରୀ ରାମ : ଅକ୍ଷତ କଳସ ପାଇଁ ବ୍ୟାପକ ପ୍ରସ୍ତୁତି

ଜୟପାଟଣା, (ଶେଷଦେବ ବେହେରା) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଅଯୋଧ୍ୟାରେ ଭବ୍ୟ ମନ୍ଦିର ଓ ପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ସମଗ୍ର ବିଶ୍ଵର ସନାତନିଙ୍କ ମନରେ ପ୍ରବଳ ଆଗ୍ରହ ଓ ଉତ୍କଣ୍ଠା ଭରି ରହି ଥିବା ବେଳେ ଆଜି ଜୟପାଟଣା ସହରର ସିଦ୍ଧି ବିନାୟକ ମନ୍ଦିର ପରିସରରେ ଶତାଧିକ କର୍ମକର୍ତ୍ତାଙ୍କ ଉପସ୍ଥିତି ଓ ଯଜ୍ଞ ସହିତ କାର୍ଯ୍ୟକ୍ରମକୁ ଚୂଡାନ୍ତ ରୂପ ଦିଆଯାଇଛି । ଏହି ଅବସରରେ ଜୟପାଟଣା ବ୍ଲକର ୧୭୧ଟି ଗ୍ରାମକୁ ଅକ୍ଷତ କଳସ ପହଞ୍ଚିବା ସହିତ ପ୍ରତ୍ୟେକ ପରିବାରକୁ ଏକ ଧର୍ମୀୟ ଓ ରାଷ୍ଟ୍ରୀୟତା ବାତାବରଣ ମଧ୍ୟରେ ପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରାଯିବ । ଜୟପାଟଣା ସିଦ୍ଧି ବିନାୟକ ମନ୍ଦିରରେ ଆୟୋଜିତ ଅକ୍ଷତ କଳସ ପୂଜନ କାର୍ଯ୍ୟକ୍ରମରେ ପୂଜକ ଭାବରେ ସୁଧାକର ପଣ୍ଡା ଦାୟିତ୍ଵ ନିର୍ବାହ କରିଥିବା ବେଳେ ହରିକିସନ୍ ଜୈନ ସସ୍ତ୍ରିକ ଯଜମାନ ଭାବରେ ସଂକଳ୍ପ ନେଇଥିଲେ । ଏହି ପାବନ ଅବସରରେ ବ୍ଲକର ସମସ୍ତ ଗ୍ରାମର ପ୍ରତିନିଧିମାନେ ଉପସ୍ଥିତ ରହି ଆସନ୍ତା ଜାନୁଆରୀ ୨୨ତାରିଖ ଅଯୋଧ୍ୟାରେ ଭବ୍ୟ ମନ୍ଦିର ସହିତ ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତି ପ୍ରତିଷ୍ଠା ଭବ୍ୟ ପରିବେଶ ସମଗ୍ର ପୁର ପଲ୍ଲୀରେ ରୂପାୟିତ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ ।୧୯୯୨ମସିହା ରେ କାର ସେବାରେ ପ୍ରତ୍ୟକ୍ଷ ଉପସ୍ଥିତି ରଖିଥିବା ଅନେକ କାର ସେବକ ଉପସ୍ଥିତ ରହି ସେତେବେଳର ଅନୁଭୂତି ସମସ୍ତଙ୍କୁ ଉପଲବ୍ଧ କରାଇଥିଲେ । ଅକ୍ଷତ କଳସ ଓ ନିମନ୍ତ୍ରଣ ଆଗାମୀ ଜାନୁଆରୀ ୧୫ତାରିଖ ପର୍ଯ୍ୟନ୍ତ ଚାଲିବ । ସଂଯୋଜକ ପ୍ରମୋଦ ଠାକୁରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସହ ସଂଯୋଜକ ବିକ୍ରମ ମହାରଣା, ପ୍ରଭାସ ରାଉତ, ଧର୍ମ ଜାଗରଣ ମଞ୍ଚର ଜିଲ୍ଲା ସଂଯୋଜକ ସନ୍ତୋଷ ପଣ୍ଡା, ଜିଲ୍ଲା ବଜରଙ୍ଗ ଦଳର ସମ୍ପାଦକ ଭାରତେନ୍ଦୁ ବେହେରା, ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ପ୍ରବକ୍ତା ଶେଷଦେବ ବେହେରା, ଜିଲ୍ଲା ଉପ ସଭାପତି ଦିବାକର ପଟ୍ଟନାୟକ, ଜିଲ୍ଲା ସଂଯୋଜକ ଆଶ୍ୱିନ କୁମାର ପଣ୍ଡା, ଜିଲ୍ଲା ଘୋଷ ପ୍ରମୁଖ ମନୋଜ ମୁଣ୍ଡ, ଅଭିଳାଷ ବେହେରା, ପ୍ରବୀଣ ମୁଣ୍ଡ, ଅବିନାଶ ମୁଣ୍ଡ, ଶାନ୍ତନୁ ପାଢ଼ୀ, ମାଣିକ୍ୟ ଜ୍ୟୋତି ପଣ୍ଡା, ସୀତାରାମ ନାଏକ, ବିଭୂତି ପାଣିଗ୍ରାହୀ, ତ୍ରିଲୋଚନ ମାଝୀ, କିଶୋର ସା, ବିଭୀଷଣ ନାଏକ, ପବିତ୍ର ରାଉତ ଶତ୍ରୁଜିତ୍ ବେହେରା, ଜଗଦୀଶ ପଣ୍ଡା, ସାଗର ସୌରଭ ବେହେରା, ଉଆଁଶୁ ବିଶ୍ଵାଳ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.