ସ୍ୱର୍ଗତ ଚନ୍ଦ୍ରଶେଖର ସାହୁଙ୍କ ସ୍ମୃତିରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ନୁଆପଡା ଗ୍ରାମଠାରେ ପୁଟକା ଗାଁ ଗୌନ୍ତିଆ ସ୍ୱର୍ଗତ ଚନ୍ଦ୍ରଶେଖର ସାହୁଙ୍କ ସ୍ମୃତିରେ ୧୯୯୩ ମସିହାରୁ ଆରମ୍ଭ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ ଆଜି ଉଦ୍‌ଯାପିତ ହୋଇଯାଇଛି । ଷ୍ଟାର କ୍ଲବ ଓ ରାଜ ଏସୋସିଏସନ୍‌ ମିଳିତ ଉଦ୍ୟମରେ ଅନୁଷ୍ଠିତ ଫୁଟବଲ ଖେଲର ଏହି ରୌପ୍ୟ ଜୟନ୍ତୀ ଟୁର୍ଣ୍ଣାମେଣ୍ଟ ୨୭ ତାରିଖରୁ ଆରମ୍ଭ ହୋଇ ଆଜି ଉଦ୍‌ଯାପିତ ହୋଇଯାଇଛି । ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ୧୯ଟି ଟିମ୍‌ ଭାଗ ନେଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦହିତା ଫୁଟବଲ ଟିମ ଅନୁଗୁଳ ଫୁଟବଲ ଟିମକୁ ହରାଇ ଚାମ୍ପିୟନ ହୋଇଥିଲା । ରୌପ୍ୟ ଜୟନ୍ତୀର ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ବିଜୟୀ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜଗଦଲପୁର ପୂର୍ବତନ ସମିତି ସଭ୍ୟ ଗୋପବନ୍ଧୁ ସାହୁ, ବିଜେପି ନେତା ମଦନ ପଟେଲ, ଯୋଗିନ୍ଦ୍ର ଭୋଇ, ମୋତିଲାଲ ଯୋଗ ଦେଇଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନରେ ଷ୍ଟାର କ୍ଳବ ନୁଆପଡ଼ାର ସଭାପତି ହେମ ସାଗର ସାହୁ, ଯିତେନ ସାହୁ, ରୁକ୍ମଣ ଷାଣ୍ଡ, ସୁବାଶ ଚନ୍ଦ୍ର ଭୋଇ, ମିଶ୍ର ଦଣ୍ଡସେନା, ଭୁରୁ ଷାଣ୍ଢ, ବାବୁଲାଳ ନାୟକ, ନରେସ ଖରସେଲ, ସଂଜୟ ମାଝୀ, ନିଧି ସେଠ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.