oom

ରୋତ୍ କଲେଜରେ ଗଣିତ ପ୍ରତି ରାମାନୁଜନଙ୍କ ଅବଦାନ ଶୀର୍ଷକ ଆଲୋଚନାଚକ୍ର

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀ ନିକେତନ, ରୋତ, ଜିଲ୍ଲା-ବଲାଙ୍ଗିରରେ ଗଣିତ ବିଭାଗ ତରଫରୁ ‘ରାମାନୁଜନ ଓ ଗଣିତ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ଡକ୍ଟର ସୁବିଜ୍ଞ ଗଡତ୍ୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ନାଇଜର, ଭୁବନେଶ୍ୱରର ଗଣିତ ବିଭାଗ ପ୍ରଫେସର ବୃନ୍ଦାବନ ସାହୁ ମୁଖ୍ୟବକ୍ତା ତଥା ଆଲୋଚକ ଭାବରେ ଯୋଗଦାନ କରି ଗଣିତ ପ୍ରତି ରାମାନୁଜନଙ୍କ ଅବଦାନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଛାତ୍ରୀ ହରିପ୍ରିୟା ନାଏକ, ବର୍ଷାରାଣୀ ମନହୀରା ଓ ପ୍ରୀତି ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ଅଧ୍ୟାପକ ଗୋପାଳ ସାହୁଙ୍କ ସଭାପତିତ୍ୱରେ ଛାତ୍ର ବନ୍ତ ସାହୁ ‘ଭାରତୀୟ ଗଣିତଜ୍ଞ ମାଧବ’, ଅଧ୍ୟାପିକା ମଞ୍ଜିତା ପଶାୟତଙ୍କ ସଭାପତିତ୍ୱରେ ଛାତ୍ରୀ ହରିପ୍ରିୟା ନାଏକ ‘ଫିବୋନାସି ଅନୁକ୍ରମ ଓ ଗୋଲ୍‌ଡେନ୍‌ ରେସିଓ ବ୍ୟବହାର’ ଓ ଅଧ୍ୟାପକ ଡକ୍ଟର ସୁବିଜ୍ଞ ଗଡତ୍ୟା ‘ପ୍ରାଚୀନ ଭାରତୀୟ ଗଣିତ’ ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାଚକ୍ରରେ ନାଇଜର, ଭୁବନେଶ୍ୱରର ସହକାରୀ ପ୍ରଫେସର ଡକ୍ଟର ତୁଷାରକାନ୍ତ ନାଏକ, ଲୋଇସିଂହା କଲେଜର ପ୍ରାଧ୍ୟାପକ ଜଗନ୍ନାଥ ମହାପାତ୍ର, ରୋତ୍ କଲେଜର ଅଧ୍ୟାପକ ଆନନ୍ଦ ମେହେର, ଗତିକୃଷ୍ଣ ଯୋଶୀ, ରାଧେଶ୍ୟାମ ଯୋଶୀ, ମନୋଜ ପାଣିଗ୍ରାହୀଙ୍କ ସମେତ ଗଣିତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଛାତ୍ର ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.