ଓଡ଼ିଶା ନ୍ୟାୟିକ ସେବାରେ ଶୁଭ୍ରାଂଶୁ ଠାକୁରଙ୍କୁ ସଫଳତା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଝଙ୍କାର ପଡ଼ା ଗ୍ରାମର ଶୁଭ୍ରାଂଶୁ ଠାକୁର ଓଡ଼ିଶା ନ୍ୟାୟିକ ସେବା ପରୀକ୍ଷାରେ ୩୩ ରେଙ୍କ ପାଇ ଉତ୍ତୀର୍ଣ୍ଣ ହୋଇ ଥିବା ସୂଚନା ମିଳିଛି । ଶ୍ରୀଯୁକ୍ତ ଠାକୁର ୨୦୨୦ ମସିହାରେ କଳାହାଣ୍ଡି ଆଇନ କଲେଜରୁ ଅଧ୍ୟାପନା ସମ୍ପନ୍ନ କରି କଟକ ଉଚ୍ଚ ନ୍ୟାୟାଳୟରେ ଜଣେ ଯୁବ ଆଇନଜୀବୀ ଭାବରେ କାର୍ଯ୍ୟରତ ଥିଲେ । ତାଙ୍କରି ସଫଳତା ପାଇଁ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଶୁଭେଚ୍ଛା ବାର୍ତ୍ତା ଦେଉଥିବା ସୂଚନା ମିଳିଛି । ଶ୍ରୀଯୁକ୍ତ ଠାକୁର ଝଙ୍କାର ପଡ଼ାର ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ଠାକୁର ଓ ମାତା ସବିତା ଠାକୁରଙ୍କ ଦ୍ଵିତୀୟ ପୁତ୍ର । ସଫଳତାର କାହାଣୀ ପଛରେ ପିତାମାତା, ଗୁରୁଜନ ଓ ମାର୍ଗଦର୍ଶକମାନଙ୍କୁ ଶ୍ରେୟ ଦେଇଥିଲେ । ଚାକିରି ଜୀବନକୁ ତାଙ୍କର ନିଷ୍ଠାପର କର୍ମଭୂମି ଭାବରେ ଶ୍ରେୟ ଦେବେ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.