ଟିଟିଲାଗଡରୁ ସିନ୍ଧେକେଲା ଯିବା ରାସ୍ତାର ଭାଟିପଡାଠାରୁ ଗ୍ର।ଫାଇଟ ଇଣ୍ଡିଆ ଲିମିଟେଡ୍‌ କମ୍ପାନୀ ଯାଏଁ ରାସ୍ତା ଅବସ୍ଥା ଶୋଚନୀୟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡଠାରୁ ସିନ୍ଧେକେଲା ଯିବା ରାସ୍ତା ତଥା ସହରକୁ ଲାଗି ରହିଥିବା ଭାଟିପଡା ଗ୍ରାମଠାରୁ ଗ୍ରାଫାଇଟ ଇଣ୍ଡିଆ ଲିମିଟେଡ କମ୍ପାନୀ ଯାଏଁ ରାସ୍ତା ଯିବା ଆସିବା ଯୋଗ୍ୟ ହୋଇ ଆଉ ନାହିଁ । ରାସ୍ତା ସବୁ ଖାଲ ଖମାରେ ପରିଣତ ହୋଇଗଲାଣି । ଦୈନିକ ବହୁତ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏଭଳି ଖାଲ ଦେଖି ଲୋକେ ଆଚମ୍ବିତ ହୋଇପଡିଛନ୍ତି । ଗ୍ୟାସ କନେକ୍ସନ୍ ପାଇପ ପୋତିବା ଯୋଗୁଁ କିଛି ସ୍ଥାନରେ ଆବୁଟୁବୁ ହୋଇଯାଇଛି । ସେହିପରି ଏହି ରାସ୍ତାର ମରାମତି ନ ହେବା ଯୋଗୁଁ ରାସ୍ତା ଉପରୁ ପିଚୁ ଉଠି ଗଲାଣି, ଖାଲ ଢିପ ହେବା ଯୋଗୁଁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ, ଆଖପାଖ ଅଞ୍ଚଳର ଲୋକମାନେ ବହୁତ ହଇରାଣ ହେଉଛନ୍ତି । ଏ ଦିଗରେ ଦୃଷ୍ଟି ଦେଇ ଯଥା ଶୀଘ୍ର ମରାମତି କାର୍ଯ୍ୟ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.