ଓଡ଼ିଆ ଭାଷା ବିକାଶ ମଞ୍ଚର ନବବର୍ଷ ସ୍ୱାଗତ କାବ୍ୟ ସନ୍ଧ୍ୟା ଓ କବି ପ୍ରତାପ କୁମାର ପଣ୍ଡାଙ୍କ ‘କଳାବତୀ’ ପୁସ୍ତକ ଅନାବରଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଆଦର୍ଶ ସାହିତ୍ୟ ଘରଠାରେ ସଭାପତି ପ୍ରଶାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସଂଯୋଜନାରେ ନବବର୍ଷ ୨୦୨୪କୁ ସ୍ୱାଗତ ପରିପ୍ରେକ୍ଷୀରେ ଏକ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବି ପ୍ରତାପ କୁମାର ପଣ୍ଡାଙ୍କ ତୃତୀୟ ସାରସ୍ୱତ ନୈବେଦ୍ୟ ‘କଳାବତୀ’ କାବ୍ୟଗ୍ରନ୍ଥ ମୁଖ୍ୟ ଅତିଥି ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । କଲ୍‌ଚରାଲ୍‌ ଏକାଡେମୀର ସମ୍ପାଦକ କାଶୀନାଥ ପାତ୍ର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କବି ପ୍ରତାପ କୁମାର ପଣ୍ଡା ଲେଖକୀୟ ମନ୍ତବ୍ୟ ରଖିଥିବା ବେଳେ ହେତୁବାଦୀ ଆଲୋଚକ କେଦାରନାଥ ପ୍ରଧାନ ପାଠକୀୟ ଆଲୋଚନା କରିଥିଲେ ।ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ‘କଳାବତୀ’ କାବ୍ୟଗ୍ରନ୍ଥ ସାମ୍ପ୍ରତିକ ବିଶ୍ୱ ସମାଜର ଦର୍ପଣ ବୋଲି ଅଭିହିତ କରି ପ୍ରତିଟି କବିତା ସାମାଜିକ ଜୀବନକୁ ଏକ ନୂତନ ଦିଗଦର୍ଶନ ଦେବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ପତି ପୁସ୍ତକଟିର ସମୀକ୍ଷା ପୂର୍ବକ ଶ୍ରୀ ପଣ୍ଡା ଜଣେ ଜୀବନବାଦୀ ଦାର୍ଶନିକ ଓ ମାଟି ମନସ୍କ କବି ରୂପେ କବିତା ପୁସ୍ତକରେ ପାରିପାଶ୍ୱର୍ିକ ବିଶ୍ୱର ବାସ୍ତବିକ ଚିତ୍ରପଟକୁ ମାନବୀୟତାର ସ୍ପର୍ଶ ଦେଇ କିପରି ଜୀବନ୍ତ ଭାବରେ ବର୍ଣ୍ଣନା କରିଛନ୍ତି, ତତ୍ ସମ୍ପର୍କରେ ଆଲୋଚନା ରଖି ସମ୍ପୁର୍ଣ୍ଣ ପୁସ୍ତକଟିର ମୂଲ୍ୟାୟନ କରିଥିଲେ । ନୂତନ ବର୍ଷର ସ୍ୱାଗତ କାବ୍ୟ ସନ୍ଧ୍ୟାର କବି ସର୍ବଶ୍ରୀ ହରମୋହନ ମିଶ୍ର, ତାରିଣୀ ଚରଣ ସାହୁ, ବଳରାମ ରାଉଳ, ତ୍ରିନାଥ ସିଂହ, ମୀନକେତନ ପଶାୟତ, ସଞ୍ଜୀବ ଭୋଇ, ତ୍ରିଲୋଚନ ସ୍ୱାଇଁ, ନୃସିଂହ ବିଶ୍ୱାଳ, ପ୍ରକାଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର କୁମାର ବସ୍ତିଆ, ପ୍ରତାପ ରୁଦ୍ର ତ୍ରିପାଠୀ, ସତ୍ୟବ୍ରତ ଦାସ, ନିରୁପମା ପତି, ଅର୍ଚ୍ଚନା ପାତ୍ର, ରଶ୍ମି ସାହୁ, ଗୀତାରାଣୀ ବେହେରା, ଧୋବେଇ ବେହେରା, କୁଞ୍ଜବିହାରୀ ରାଉତ, ଅଜୟ ମହାନ୍ତି, ସୁଶାନ୍ତ ନାୟକ ପ୍ରମୁଖ ଅନେକ କବି ନୂତନ ବର୍ଷକୁ କବିତାର୍ପଣ କରିଥିଲେ । ଏହି ଆଲୋଚନା ସଭାରେ ସହରର ପ୍ରଖ୍ୟାତ ସାରସ୍ୱତ ସାଧକ, ବୁଦ୍ଧିଜୀବୀ, ସାହିତ୍ୟ ସଂଗଠକମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ. କୃପାସିନ୍ଧୁ ନାୟକ, ଡ. ସୁମନ ଦତ୍ତ, ବ୍ରଜେନ୍ଦ୍ର ଦାଶ, ମନୋଜ କୁମାର ନନ୍ଦ, କାଶୀନାଥ ନନ୍ଦୀ, କରୁଣାକର ପାଟ୍ଟଶାଣୀ, ନୃସିଂହ ରାଉତ, ଗଙ୍ଗାଧର ପୁହାଣ, ଅକ୍ଷୟ ସାମଲ, ବିଚିତ୍ରାନନ୍ଦ ସାହୁ, ଆଲୋକ ବୋଷ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଭୂ ନାୟକ, ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ଆର୍ ଏନ୍ ମହାନ୍ତି, ଗୌତମ ଦାସ, ଅକ୍ଷୟ କୁମାର ସାହୁ, ଦିଲ୍ଲୀପ କୁମାର ମହାପାତ୍ର, ଚକ୍ରଧର ପ୍ରଧାନ, ଅକ୍ଷୟ କୁମାର ଜେନା, ଶ୍ରୀଧର ସୁନା, ନିହାର ରଂଜନ ଦାସ, ନିହାର ରଂଜନ ସାମଲ, ବୀରକିଶୋର ଶେଖରଦେଓ, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଆଲୋକ ବେହେରା, ପ୍ରଦୀପ କୁମାର କୁଅଁର, ଅଶୋକ ବରେଇ, ଶିବ ସ୍ୱାଇଁ, କୈଳାସ ଚନ୍ଦ୍ର ସେଠୀ, ଭଗବାନ ସାହୁ, ଦୁଖିଶ୍ୟାମ ଗୌଡ, ଗୋପବନ୍ଧୁ ତରାଇ, ଚିତ୍ତରଞ୍ଜନ ପଟ୍ଟନାୟକ, ରଶ୍ମୀରଂଜନ ପାଣ୍ଡବ, କୈଳାସ ଚନ୍ଦ୍ର ବନ୍ଧ, ସୁବାସ ଚନ୍ଦ୍ର ଓଝା, ବନମାଳୀ ମଲ୍ଲିକ, ଭାଗ୍ୟଧର ପରିଡା, ଅଶୋକ କୁମାର ରାଉତ, କିଶୋର ଚନ୍ଦ୍ର ମହାପାତ୍ର, ସୁଜିତ ନାୟକ, ଜନ୍ମେଜୟ ରାଉତରାୟ, ରମାକାନ୍ତ ମଲ୍ଲିକ, ଅଶୋକ କୁମାର ପ୍ରଧାନ, ଜ୍ଞାନରଞ୍ଜନ କର, ରମାକାନ୍ତ ବେହେରା, ଆର୍ ଏନ୍ ମହାନ୍ତି ପ୍ରମୁଖ ଶତାଧିକ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ । ପରିଶେଷରେ ଧନଞ୍ଜୟ ମଲ୍ଲିକ ସମସ୍ତ ସଭାଜନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.