ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର : ବ୍ରହ୍ମପୁରରେ ବୋମାମାଡ଼ । ଅନନ୍ତନଗର ସପ୍ତମ ଲାଇନ୍‌ରେ ରହୁଥିବା ଜଣେ ଯୁବକଙ୍କ ଘର ଉପରକୁ ହୋଇଛି ବୋମାମାଡ଼ । ଏହି ବୋମାମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅନନ୍ତନଗର ସପ୍ତମ ଲାଇନ୍‌ରେ ଜଣେ ଯୁବକ ରହୁଥିବା ଘର ଉପରେ ବୋମାମାଡ଼ ହୋଇଛି । ଘରେ କେହି ନଥିବା ବେଳେ ବୋମାମାଡ଼ ହୋଇଛି । ଯାହାଫଳରେ କୌଣସି ବ୍ୟକ୍ତିଙ୍କ ଆହତ ନେଇ ଖବର ଆସିନାହିଁ । ତେବେ ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ସେପଟେ ବୋମାମାଡ଼ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଆକ୍ସନକୁ ଆସିଛି ପୋଲିସ । ଆଉ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ବୋମାମାଡ଼ କରିଥିବା ଦୁର୍ବୃତ୍ତଙ୍କ ସଂପର୍କରେ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.