oom

ପୂଜ୍ୟପୂଜା ସେବା ସଂଗଠନର ବାର୍ଷିକ ବନ୍ଧୁମିଳନ ଓ ଶୀତ କବିତା ଆସର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଷ୍ଣୁମୁଣ୍ଡାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବି ଜୟରାମ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ବିବେକାନନ୍ଦ ମିଶ୍ର, ଗୀତିକାର ହୃଷିକେଶ ପୁରୋହିତ କଣ୍ଠ ସଂଗୀତ ପରିବେଷଣ ପରେ ଅନୁଷ୍ଠିତ କବିତା ଆସରରେ କବି କସ୍ତୁରୀ ରଥ, ଜ୍ୟୋତିରଞ୍ଜନ ମିଶ୍ର, କପିଳ ପତି, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ଡାକ୍ତର ଅଶୋକ ସେଠି, ପ୍ରଦୀପ ପଶାୟତ କବିତା ପାଠ କରିଥିଲେ । ଏହି ଅବସରରେ ସାମାଜିକ କର୍ମୀ ଚୂଡେଦ୍ର କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କବି ରତ୍ନମୟ ତ୍ରିପାଠି । ଏହି କାର୍ଯ୍ୟକ୍ରମରେ ଅଂକୁର ସାହିତ୍ୟ ସଂସଦ, ଶିଶୁ ବିକାଶ କେନ୍ଦ୍ର, ଆଦ୍ୟାଶକ୍ତି ନାରୀ ସଂଗଠନର ଅନେକ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ, ମଧୁ ସାହୁ, ଦୁର୍ଗା ସାହୁ, ସୁନାଧର ବନଛୋର, ଡାକ୍ତର ଗୋଦାବରୀଶ ରଥ, ସନ୍ଧ୍ୟା ରାଣୀ ପଣ୍ଡା, ଲଷ୍ମୀପ୍ରିୟା ସେଠି, ପ୍ରଶାନ୍ତ ଷଡ଼ଙ୍ଗୀ, ସୀତାଂଶୁ ଶେଖର ନାୟକ, ଅଶୋକ ରାୟ, ଶୁଭେଦ୍ର ନେପାକ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମଦନ ମୋହନ ରଥ ।

jittmm
Leave A Reply

Your email address will not be published.