ହାତୀଙ୍କ ସୁରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବନ ବିଭାଗ ପକ୍ଷରୁ ସ୍ଥାନୀୟ ଫରେଷ୍ଟ ସେକ୍ସନରେ ଗଜରାଜଙ୍କ ସୁରକ୍ଷା ସକାଶେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ରେଞ୍ଜ ଅଫିସର ପାଉଲ୍ ହରପାଲଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର ବାବୁଲା ଦାସ ରେଲିର ନେତୃତ୍ୱ ନେବା ସହିତ ମଣିଷ ସମାଜ ତଥା ଜଙ୍ଗଲ ପାଇଁ ହାତୀର ଆବଶ୍ୟକତା ଉପରେ ଲୋକଙ୍କୁ ବୁଝାଇଥିଲେ । ଏଥି ସହିତ ହାତୀ ଉପଦ୍ରୁତ ଗାଁ ଗୁଡିକରେ ବାଇକ୍ ରେଲି କରାଯାଇ ଡ଼ାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଜସାଥି, ପାରାସ୍କ୍ୱାର୍ଡ ତଥା ଫରେଷ୍ଟ ଗାର୍ଡ ଦଳଙ୍କ ସହିତ ସଞ୍ଜୀବ ସାହୁ, ବସନ୍ତ ମହାକୁର, ଯାମିନି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.