ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ : ମଦନପୁର ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସତସଙ୍ଗ କେନ୍ଦ୍ରଠାରେ ଶ୍ରୀ ଠାକୁର ଅନୁକୁକ ଚନ୍ଦ୍ରଙ୍କ ୧୩୬ତମ ବାର୍ଷିକ ଉତ୍ସବ ସହ ସତସଙ୍ଗ କେନ୍ଦ୍ରର ଏକାଦଶ ବାର୍ଷିକ ଉତ୍ସବ ସହ ପ୍ରତୀକ ରିତ୍ଵିକ ଅସୀମ ଘୋଷ ଓ ସଭାପତି ରୁଦ୍ର ପ୍ରସାଦ ନାୟକଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଉଷା କୀର୍ତ୍ତନ, ସମବେଦ ପ୍ରାର୍ଥନା, ଅମୀୟ ଗ୍ରନ୍ଥ ପଠନ, ସଂଗୀତାଞ୍ଜଳି, ସତସଙ୍ଗ, ପ୍ରସାଦ ସେବନ ଓ ସନ୍ଧ୍ୟା ବିନତି ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଜୁନାଗଡ଼ର ପ୍ରଫେସର ଜଗନ ଚନ୍ଦାନି, (ସହ ପ୍ରତୀକ ରିତିକ) ରମେଶ ଚନ୍ଦ୍ର ନାୟକ, ବଲାଙ୍ଗିରରୁ ନବୀନ ହୋତା ସମେତ ଧର୍ମଗଡ଼, ଭବାଣିପାଟଣା, ନର୍ଲା, କେସିଙ୍ଗା, କର୍ଲମୁଣ୍ଡା, ମ.ରାମପୁର, ବଲାଙ୍ଗିର ଜିଲ୍ଲାର ତୁସୁରା, ଦେଓଗାଁ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରି ଗୁରୁକୃପା ଲାଭ କରିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।

jittmm
Leave A Reply

Your email address will not be published.