ରାଜଧାନୀ କୋରିୟର କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ : ଜଳିଗଲା ୩ ବାଇକ୍ ଓ ଗୋଟିଏ ମିନି ଟ୍ରକ୍

ଭୁବନେଶ୍ୱର : ରାଜଧାନୀରେ ଅଗ୍ନିକାଣ୍ଡ ଘଟିଛି । ଭୁବନେଶ୍ୱର ପାହାଳସ୍ଥିତ ଏକ କୋରିୟର କମ୍ପାନୀ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ୍ ସିଲଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ରୋଷେଇ କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡରଟି ଫାଟିଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡ ଫଳରେ ୩ଟି ବାଇକ୍ ଏବଂ ଗୋଟିଏ ମିନି ଟ୍ରକ୍ ଜଳିଯାଇଛି । ନିଆଁ ଲିଭାଇବା ପାଇଁ ପାହାଳ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡିଛି । ଅଗ୍ନିକାଣ୍ଡ ଫଳରେ ଜଣେ ଆହତ ହୋଇଥିବା ଖବର ମିଳିଛି । ତେବେ ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.