ଶୀତର ଚାଦର ତଳେ ସାରା ଓଡ଼ିଶା

ଭୁବନେଶ୍ୱର : ଶୀତର ଚାଦର ତଳେ ସାରା ଓଡ଼ିଶା । ଉତ୍ତରରୁ ଉପାନ୍ତ ଅଥବା ଉପକୂଳ, ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ଓଡ଼ିଶା । ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୪ ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା’ଠାରୁ କମ୍‌ ରହିଛି । ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିଠାରେ ଗତକାଲି ରାତିରେ ୪ ଡିଗ୍ରୀ ରେକର୍ଡ ‌କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ବି ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଗତକାଲି ରାତିରେ ଭୁବନେଶ୍ୱରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୪ ଡିଗ୍ରି ରେକର୍ଡ କରାଯାଇଛି ।

Leave A Reply

Your email address will not be published.