lika

ଆଠଗଡ଼ ମହୋତ୍ସବ ଉଦ୍‌ଯାପିତ

gbag

ଆଠଗଡ଼ : ଆଠଗଡରେ ଗତ ୬ ଦିନ ଧରି ମିନି ବାଲିଯାତ୍ରାର ଭ୍ରମ ସୃଷ୍ଟି କରିଥିବା ଆଠଗଡ଼ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବ କମିଟିର ଆବାହକ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ଼ ବ୍ଲକ ଅଧ୍ୟକ୍ଷା ମିନତି ଆଚାର୍ଯ୍ୟ, ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସାହ୍ୟିତିକ ଡ. ନାରାୟଣ ପଣ୍ଡା, ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ, ଏସ୍‌ଡିପିଓ ରବିନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ, ପୂର୍ବତନ ନଗରପାଳ ରମେଶ ଚନ୍ଦ୍ର ଘଡ଼େଇ, ପ୍ରମୁଖ ଯୋଗ ଦେଇଥିଲେ । ଆଠଗଡ ମାଟି କଳା, ସଂସ୍କୃତି ଓ ସାହିତ୍ୟର ସାଧନାର ପୁଣ୍ୟଭୂମି ଏବଂ ଏଠାରେ ସାଧନା କରି ବହୁ କଳାକାର ଓ ସାହିତ୍ୟିକ ସିଦ୍ଧି ଲାଭ କରି ଦେଶ ବିଦେଶରେ ଆଠଗଡ ପାଇଁ ଗୌରବ ଆଣିଛନ୍ତି ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଉପନଗରପାଳ ବି. ଶୁଭ୍ରଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ । ଆଠଗଡ଼ର ବିଭିନ୍ନ ସାଂସ୍କୃତିକ ତଥା ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗତ ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ମୀନା ବଜାର ଦୋଳି ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ ସହିତ ରକମ ରକମର ଖାଦ୍ୟପେୟର ଆସର ଜମିଥିଲା । ଶେଷ ଦିନ ବୁଧବାର ଥିବାରୁ ଆମିଷ ଏବଂ ଫାଷ୍ଟ ଫୁଡ୍ ଷ୍ଟଲ୍ ଗୁଡ଼ିକରେ ଭିଡ ପରିଲକ୍ଷିତ ହୋଇଥିଲା । ଆଜିର ଅନ୍ତିମ ସନ୍ଧ୍ୟାରେ ବିଖ୍ୟାତ କଣ୍ଠଶିଳ୍ପୀ ସୁବାସ ଦାଶ ଏବଂ ସାଥୀମାନଙ୍କ ଦ୍ଵାରା ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପାର୍ଥସାରଥି ପଟ୍ଟନାୟକ, ଯଶୋବନ୍ତ ବାରିକ, ନବକିଶୋର ରାଉତ, ଶଶଧର ମହାରଣା, ଜ୍ଞାନପ୍ରକାଶ ଧଳସାମନ୍ତ, ବିପ୍ଳବ ଦାସ, ଗୁରୁଦତ୍ତ ନାୟକ, ସଂଜୟ ମହାନ୍ତି, ପ୍ରକାଶ ରାଉତ ପ୍ରମୁଖଙ୍କ ସମେତ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

babaa
Leave A Reply

Your email address will not be published.