ସ୍ୱଚ୍ଛ ଭାରତର ଅସ୍ୱଚ୍ଛ ଚିତ୍ର : ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ମୁଖ୍ୟ ଛକ, ଶିବ ମନ୍ଦିର ରାସ୍ତା ପାଲଟିଛି ଆବର୍ଜନା କୁଣ୍ଡ, ଅଣଦେଖା କରୁଛି ପଞ୍ଚାୟତ ପ୍ରଶାସନ : ଅସନ୍ତୋଷ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼- ବୋରିଗୁମ୍ମା ଜାତୀୟ ରାଜପଥରେ ଥିବା ଦେଓଗାଁ ମୁଖ୍ୟ ଛକ ମାନଙ୍କରେ ପଲିଥିନ ଓ ପ୍ଲାଷ୍ଟିକ ଟିଫିନ୍ ପ୍ଲେଟ୍ ପଡିଥିବା ନେଇ ସ୍ୱଚ୍ଛ ଭାରତ ଅଭିଯାନର ଦେଓଗାଁରେ ଅସ୍ୱଚ୍ଛ ଚିତ୍ର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଅଞ୍ଚଳର ଠେଲା ବିକାଳୀମାନେ ଚାଟ୍, ଭୁଜା ବିକ୍ରି କରୁଥିବା ପ୍ଲାଷ୍ଟିକ ପ୍ଲେଟ୍ ଗୁଡ଼ିକ ଆଣି ରାସ୍ତା କଡ଼ରେ ପକାଇ ଦେଉଛନ୍ତି। ସେହି ପ୍ଲାଷ୍ଟିକ ପ୍ଲେଟ୍ କୁ ଜଳାଇ ଦେଲେ ପରିବେଶରେ ବାୟୁ ପ୍ରଦୂଷଣ ହେବ ବୋଲି ସେଠାରେ ପକାଇ ଛାଡି ଦେଉଥିବାରୁ ସେହି ପ୍ଲେଟ୍ ଗୁଡ଼ିକୁ ଗାଈଗୋରୁ ଖାଉଥିବା ଦେଖିବାକୁ ମିଳିଛି। ଦେଓଗାଁ ବସ୍ତି ମଧ୍ୟରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡି ରହିଥିବାରୁ ଏଠି କାଗଜ କଲମରେ ଚାଲୁଛି ସରକାରୀ ଯୋଜନା ସ୍ୱଚ୍ଛ ଭାରତ ଓ ପଲିଥିନ୍ ମୁକ୍ତ ଅଭିଯାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ଯୋଜନା ଅନ୍ୟତମ। ଗାଁଠୁ ଆରମ୍ଭ କରି ସହର ପରେ ନଗରରେ ସଫା ସୁତୁରା ରଖିଲେ ସମଗ୍ର ରାଷ୍ଟ୍ର ସ୍ୱଚ୍ଛ ହେବା ନେଇ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ଅଭିଯାନ। ଯଦି ଏହି ଅଭିଯାନଟି ଗ୍ରାମାଞ୍ଚଳରେ ସଠିକ୍ ଭାବେ କାର୍ୟ୍ୟକାରୀ ହୋଇ ପରୁନାହିଁ, ତାହା ହେଲେ ସହର ଓ ନଗର ପରେ ସମଗ୍ର ଦେଶରେ କିଭଳି ଭାବେ କାର୍ୟ୍ୟକାରୀ ହେଉଥିବା ତାହା ସହଜେ ଅନୁମେୟ। କିଛି ବର୍ଷ ପୂର୍ବରୁ ଦେଓଗାଁ ବସ୍ତିରେ ସବୁପଡ଼ାର ଛକ ମାନଙ୍କରେ ଗୋଟେ ଗୋଟେ ଆବର୍ଜନା କୁଣ୍ଡ ଦିଆଯାଇଥିଲା ପଞ୍ଚାୟତ ପକ୍ଷରୁ। ହେଲେ ସେହି ପ୍ଲାଷ୍ଟିକ ଆବର୍ଜନା କୁଣ୍ଡପୂର୍ଣ୍ଣ ହେବା ପରେ ଆଉ ସେହି ଆବର୍ଜନାକୁ ବାହାରକୁ ନେଇ ନ ପକାଇବା ସହ ସେହି ପରି ଭାବେ ପଡିରହିଲା ଛକ ମାନଙ୍କରେ ଆବର୍ଜନା କୁଣ୍ଡ । ପଡାଗୁଡିକରେ ଡ୍ରେନରୁ ଅଳିଆ ଫିଙ୍ଗା ହେଉଥିଲେ ହେଲେ ତାହା ବର୍ଷକୁ ଥରେ ହେଲେ ବେଶୀ ହେଉଥିବ। କିନ୍ତୁ କାଗଜ କଲମରେ ବର୍ଷକୁ କେତେଥର ଅଳିଆ ଫିଙ୍ଗା ଯାଉଛି , ତାହା ସାଧାରଣରେ ପ୍ରଶ୍ନବାଚୀ ହେଉଛି। ସ୍ଥାନୀୟ ଶିବ ମନ୍ଦିର ଏବଂ ଯୋଗୀସାଗରକୁ ଯିବା ବାଟ ଏବେ ଆବର୍ଜନା କୁଣ୍ଡ ପରି ବ୍ୟବହାର କରାଯାଉଛି। ଏଠାରେ ପଲିଥିନ୍ ସହ ଅଖାବସ୍ତା ଓ ବିଭିନ୍ନ ପ୍ରକାରର ଅଳିଆ ପଡିରହିଛି। ଯାହାଫଳରେ ଲୋକମାନେ ଶିବ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଗଲେ ଦୁର୍ଗନ୍ଧ ହେଉଥିବା ଅଭିଯୋଗ ହେଉଛି। ଦେଓଗାଁ, କଛାରପାଲି ଗାଁ ମୁଣ୍ଡରେ ସ୍ୱଳ୍ପ ବର୍ଷାରେ ଏପରି ଭାବେ ନାଳ ନର୍ଦ୍ଦମାର ମଇଳା ପାଣି ବହିଥାଏ ରାସ୍ତାରେ କେହି ଜଣେ ଚାଲି ଚାଲି ଯାଇ ପାରିବ ନାହିଁ। କଚ୍ଛାରପାଲି ପ୍ରକଳ୍ପ ନୋଡାଲ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରର କଡ଼ରେ ଅଳିଆ ଆବର୍ଜ୍ଜନା ପଡି ରହିଥିବାରୁ ଅଧ୍ୟୟନ କରୁଥିବା ଶିଶୁଙ୍କ ଅଭିଭାବକମାନେ ଦୁର୍ଗନ୍ଧ ହେଉଥିବା ଅଭିଯୋଗ କରୁଛନ୍ତି। ଦେଓଗାଁ ବସ୍ତି ଭିତରେ ଡ୍ରେନ ବ୍ୟବସ୍ଥା ଥିଲେ ମଧ୍ୟ ଏହି ନାଲିମାନଙ୍କରେ ମଇଳା, ଅଳିଆ ରହି ଜାମ୍ ହୋଇ ଯାଇଥିବାରୁ ଘରୁ ବାହାରୁଥିବା ମଇଳା ପାଣି ଓ ଅଳିଆ ରାସ୍ତା ଉପରେ ବହି ଯାଉଛି। ଦେଓଗାଁ କଛାରପାଲିର ସାହୁପଡ଼ାରୁ କ୍ଳବ୍ ଛକକୁ ଥିବା ଡ୍ରେନ ବ୍ୟବସ୍ଥା ଥିବା ସତ୍ବେ ରାସ୍ତାରୁ ଅଳିଆ ପାଣି ଯାଇ ଜାତୀୟ ରାଜପଥକୁ ଯାଇ ରାସ୍ତା ଉପରେ ବହୁଥିବାରୁ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି।

Leave A Reply

Your email address will not be published.

error: Content is protected !!